ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ନଭେମ୍ବର ବୁଧବାର )କଟକ :- କଟକର କାଳିଆବୁଦା ଠାରୁ ନୁଆପଡା ଜଗନ୍ନାଥ ରାସ୍ତାର ପ୍ରଶସ୍ତିକରଣ କରାଯିବ। ଏ ନେଇ ନିର୍ବାହୀ ଯନ୍ତ୍ରୀ ଏବଂ ବିଭାଗୀୟ କର୍ତ୍ତୁପକ୍ଷ ଙ୍କ ସହ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବୁଧବାର ଦିନ ମହାନଦୀବିହାର, ପୋତାପୋଖରୀ,ନୂଆବଜାର ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା ବେଳେ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ।
© 2023 Odisha Taza News.