• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ଲକ୍‌ଡାଉନ୍‌ ସମୟରେ ୨୧,୦୦୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
November 25, 2020
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ଲକ୍‌ଡାଉନ୍‌ ସମୟରେ ୨୧,୦୦୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ନଭେମ୍ବର ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍‌ ସଦର ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଲାଖପଦର ଗାଁ । ୧୦ ଜଣ ଗରିବ ମହିଳା ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ୨୦୦୯ ମସିହାରେ କେଦାରଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛଚାଷ ପାଇଁ ଗ୍ରାମ ପଞ୍ଚାୟତ ପୋଖରୀଗୁଡ଼ିକର ଦୀର୍ଘମିଆଦୀ ଲିଜ୍‌ ପାଇଁ ୨୦୧୯ ମସିହାରେ ପୋଖରୀ ନିଲାମ ପ୍ରକି୍ରୟାରେ ଅଂଶଗ୍ରହଣ କଲେ । ଚୟନ ପ୍ରକ୍ରିୟାରେ ସଫଳ ହେବା ପରେ ୧୪ ଏକର ପରିମିତ ପଞ୍ଚାୟତ ପୋଖରୀକୁ ୩ ବର୍ଷ ପାଇଁ ଲିଜ୍‌ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କଲେ । ବ୍ୟବସାୟିକ ଭିତ୍ତିରେ ମାଛଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ ୩ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ ୩ କ୍ୱିଣ୍ଟାଲ୍‌ର ମାଛ ଯାଆଁଳ ଛାଡ଼ିଥିଲେ । ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସ୍‌ଏଚ୍‌ଜି ମତ୍ସ୍ୟ ନିର୍ଦ୍ଦେଶାଳୟ ତରଫରୁ ୩.୬ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ପାଇପାରିଛନ୍ତି । କୋଭିଡ୍‌୧୯ ଲକ୍‌ଡାଉନ୍‌ ସମୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୧୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକି୍ର କରିଛନ୍ତି । ଏ ପର୍ଯ୍ୟନ୍ତ ପ୍ରାୟ ୨.୧ ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖିଦୃଶିଆ ଲାଭ ପାଇବେ ବୋଲି ଆଶା ରଖିଛନ୍ତି । କେଦାରଗୌରୀ ଏସ୍‌ଏଚ୍‌ଜିର ସଭାପତି ଶ୍ରୀମତୀ କମଳି ଭୋଇ କୁହନ୍ତି, ଞ୍ଜଫଞ୍ଚଟ୍ଟ;ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ମାଛଚାଷ କେବଳ ଜୀବିକା ନୁହେଁ ।

ଏହା ଆମକୁ ସାମାଜିକ ପରିଚୟ, ପ୍ରତିଷ୍ଠା ଏବଂ ଆତ୍ମବିଶ୍ୱାସ ଆଣିଦେଇଛି । ଓଡ଼ିଶାର ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ମିଶନ ଶକ୍ତି ନିକଟରେ ଆମେ କୃତଜ୍ଞ ।ି୩୯; ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ମିଶନ ଶକ୍ତି ମହିଳା ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ମାଛଚାଷ ମହିଳାମାନଙ୍କ ସଶକ୍ତିକରଣ ସହିତ ରୂପାନ୍ତରିତ ଓଡ଼ିଶାର ଭିତ୍ତିସ୍ତମ୍ଭକୁ ସୁଦୃଢ଼ କରିପାରିଛି । ନିଜ ପରିବାର, ଗୋଷ୍ଠୀ ଏବଂ ରାଜ୍ୟର ବିକାଶରେ ମହିଳାମାନଙ୍କ ସହଭାଗିତାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ମହିଳାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି । ବିଭିନ୍ନ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରି ସେମାନଙ୍କର ଦକ୍ଷତାବୃଦ୍ଧି କରିବା ସହ ଆର୍ଥିକ ଏବଂ ବଜାର ସହାୟତା ଯୋଗାଇଦେବା ନିମନ୍ତେ ମିଶନ ଶକ୍ତି ନିରନ୍ତର ପ୍ରୋତ୍ସାହିତ କରିଆସୁଛି । ବର୍ତ୍ତମାନ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସଦସ୍ୟା ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକ୍ରମରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଦ୍ୱାରା ୨୯ ମଇ, ୨୦୧୯ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକରେ ବିଭିନ୍ନ ସେବା ପ୍ରଦାନ ତଥା ସରକାରୀ ବିଭାଗଗୁଡ଼ିକର ସାମଗ୍ରୀ ସଂଗ୍ରହ କାର୍ଯ୍ୟକ୍ରମରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ନିୟୋଜିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଦ୍ୱାରା ବିଭିନ୍ନ ବିଭାଗ ସହ ସଂଯୋଜନାରେ ସରକାରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ସାମିଲ କରି ଅତିରକ୍ତ ଏବଂ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଏହି ନିଷ୍ପତ୍ତି ଫଳରେ ପ୍ରତି ବର୍ଷ ଏସ୍‌ଏଚ୍‌ଜିମାନଙ୍କୁ ପ୍ରାୟ ୧ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦିଆଯିବାର ନିଷ୍ପତ୍ତି ହୋଇଛି ।

ମତ୍ସ୍ୟ ନିର୍ଦ୍ଦେଶାଳୟର ସହଯୋଗରେ ଗ୍ରାମପଞ୍ଚାୟତ ପୋଖରୀରେ ଏସ୍‌ଏଚ୍‌ଜିମାନଙ୍କ ଦ୍ୱାରା ମାଛଚାଷ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇପାରିଛି ା ଆନୁଷଙ୍ଗିକ କୃଷି ଭାବେ ମାଛଚାଷ ଏକ ସଫଳ କାର୍ଯ୍ୟକ୍ରମ ଯାହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଲୋକମାନଙ୍କୁ ପୁଷ୍ଟିସାଧନ ସୁରକ୍ଷା ସହିତ ପ୍ରୋଟିନ୍‌, ଭିଟାମିନ୍‌, ଖଣିଜ ଲବଣ ଆଦିର ଅତିରିକ୍ତ ପୁଷ୍ଟି ମିଳିପାରୁଛି । ରାଜ୍ୟରେ ଗ୍ରାମପଞ୍ଚାୟତଗୁଡ଼ିକ ଦ୍ୱାରା ପ୍ରାୟ ୫୧ ହଜାର ହେକଫର ପରିମିତ ଜଳଉତ୍ସରେ ୬୪ ହଜାର ପଞ୍ଚାୟତ ପୋଖରୀର ପରିଚାଳନା କରାଯାଉଅଛି । ଏହି ପୋଖରୀଗୁଡ଼ିକୁ ପଞ୍ଚାୟତର ରାଜସ୍ୱ ବୃଦ୍ଧି ପାଇଁ ବାର୍ଷିକ ଲିଜ୍‌ ଆକାରରେ ମାଛଚାଷ ପାଇଁ ଦିଆଯାଉଅଛି । ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଓ ମିଶନ ଶକ୍ତି ନିର୍ଦ୍ଦେଶାଳୟ ସହଭାଗିତାରେ ଞ୍ଜଫଞ୍ଚଟ୍ଟ;ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଞ୍ଜଫଞ୍ଚଟ୍ଟ;ପଞ୍ଚାୟତ ପୋଖରୀରେ ମାଛ ଚାଷି୩୯; ନାମକ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିଅଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦୀର୍ଘମିଆଦୀ ସୂତ୍ରରେ ଅଗ୍ରାଧିକାର ଭିତ୍ତିରେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଉଅଛି । ଲିଜ୍‌ ଚୂଡ଼ାନ୍ତ ହେବା ପରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ଲିଜ୍‌ ମୂଲ୍ୟ ବାବଦକୁ ପ୍ରତି ବର୍ଷ ଏକର ପିଛା ୨୦୦୦ ଟଙ୍କା ଜମା କରୁଅଛନ୍ତି । ପ୍ରତ୍ୟେକ ମାସରେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ମହିଳା ଗୋଷ୍ଠୀମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ହେକଫର ପିଛା ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଅଛି ଯାହାକି ମାଛ ଉତ୍ପାଦନ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥ ଅଟେ ।

ଯୋଜନାର ସଫଳ ରୂପାୟନ ପାଇଁ ମିଶନ ଶକ୍ତି ଗୋଷ୍ଠୀମାନଙ୍କ ନିମନ୍ତେ ନିୟମିତ ତାଲିମ ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ା ୩୦ଟି ଜିଲ୍ଲାରେ ଟ୍ରେନରମାନଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ମଧ୍ୟରୁ ୧୨୯୬ ଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ମାଷ୍ଟର ଟ୍ରେନର ଭାବେ ଚୟନ କରାଯାଇଛି, ଯେଉଁମାନେ କି ମାଛଚାଷରେ ସଂପୃକ୍ତ ଗୋଷ୍ଠୀମାନଙ୍କୁ ବ୍ଲକ୍‌ସ୍ତରରେ ତାଲିମ ପ୍ରଦାନ କରୁଛନ୍ତି ା ପୋଖରୀ ପ୍ରସ୍ତୁତି, ମାଛ ବିହନ ଚୟନ, ପରିବହନ ଏବଂ ଯାଁଳ ଛାଡ଼ିବା, ମାଛ ଖାଦ୍ୟ ପରିଚାଳନା, ଜଳର ମାନ ପରିଚାଳନା, ମାଛର ସ୍ୱାସ୍ଥ୍ୟ ବୃଦ୍ଧି, ଅମଳ, ଅମଳ ପରିବର୍ତ୍ତୀ ପରିଚାଳନା ଏବଂ ବ୍ୟବସାୟ ସଂପର୍କରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୩୫୭୯.୪୨ ହେକଫର ପରିମିତ ୪୪୦୧ଟି ପଞ୍ଚାୟତ ପୋଖରୀକୁ ମିଶନ ଶକ୍ତି ମହିଳା ଗୋଷ୍ଠୀମାନଙ୍କୁ ମାଛଚାଷ ପାଇଁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଛି । ୪୦୩୮ଟି ପଞ୍ଚାୟତ ପୋଖରୀରେ ଏ ପର୍ଯ୍ୟନ୍ତ ପ୍ରାୟ ୮୩ କୋଟି ଟଙ୍କାର ମାଛ ଉତ୍ପାଦନ ହୋଇଛି । ନିଜ ଘରପାଖରେ ବଜାର ସୁବିଧା ଫଳରେ ଏହି ଜୀବିକା କାର୍ଯ୍ୟକ୍ରମ ବେଶ୍‌ ସଫଳ ହେବା ସହ ରାଜ୍ୟର ମହିଳା ଏବଂ ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନକୁ ଅନେକାଂଶରେ ସୁନିଶ୍ଚିତ କରିପାରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ୨୩୪୪ଟି ପଞ୍ଚାୟତ ପୋଖରୀରେ ଉନ୍ନତ ମାଛ ଚାଷ କରି ଲାଭବାନ ହୋଇପାରିଛନ୍ତି ।

ଲକ୍‌ଡାଉନ୍‌ ସମୟରେ ୪୩୫୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ମାଛ ଉତ୍ପାଦନ କରିଛନ୍ତି ଯାହାର ବଜାର ମୂଲ୍ୟ ୩୦.୨ କୋଟି ଟଙ୍କା ଏବଂ ଏଥିରୁ ସେମାନେ ୧୫.୧ କୋଟି ଟଙ୍କାର ଲାଭ ପାଇ ପାରିଛନ୍ତି । ଉଭୟ ସହର ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ପନ୍ଥା ଅବଲମ୍ବନ କରି ଆତ୍ମନିର୍ଭରଶୀଳ ହେବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ଏକ ଗଠନମୂଳକ ସମାଜ ପ୍ରତିଷ୍ଠା ଦିଗରେ ମିଶନ ଶକ୍ତି ଇତି ମଧ୍ୟରେ ଦୀର୍ଘପଥ ଅତିକ୍ରମ କରିଛି । ଅନୁକୂଳ ବାତାବରଣ, ସୁହାଇବା ପରି ଯୋଜନା ପ୍ରସ୍ତୁତି ଏବଂ ପ୍ରଶାସନିକ ସହାୟତା ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଏକ ନୂତନ ଶିଖର ଛୁଇଁବାକୁ ଯାଉଛି ।              (ରିପୋର୍ଟ /ପ୍ରଦୀପ କୁମାର ଗଉଡ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version