No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) କଟକ :- କଟକ ଜଗତପୁର ଶିଳ୍ପାଞ୍ଚଳରେ ବେଧଡ଼କ ଭାବେ ଚାଲିଛି ବିଭିନ୍ନ ସାମଗ୍ରୀର ଅପମିଶ୍ରଣ କାରବାର । ଅପମିଶ୍ରଣ କାରଖାନା ଠାବ ବନ୍ଦ ହେବା ଥମୁନାହିଁ । ଦିନକୁ ଦିନ ବିଭିନ୍ନ ସାମଗ୍ରୀ ଅପମିଶ୍ରଣ ପ୍ରସ୍ତୁତ ହୋଇ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଛି । ଏପରି କାରବାର ଚାଲୁଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ, ପୋଲିସ ,କିମ୍ବା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ପକ୍ଷରୁ ରିତିମତ ଚଢ଼ାଉ କରାଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଯାହାଫଳରେ ଅପମିଶ୍ରଣ କାରୀମାନେ ନିର୍ଭୀକ ଭାବେ ସେମାନଙ୍କର କାରବାର ଚଳାଉଛନ୍ତି । ଧର୍ମକୁ ଆଖି ଠାର ମାରିଲା ଭଳି ଚଢ଼ାଉ କରାଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଗତ ସପ୍ତାହରେ ଅପମିଶ୍ରଣ ମସଲା ଗୁଣ୍ଡ କାରଖାନା ଜବତ ହୋଇଥିବା ବେଳେ , ସୋମବାର ଦିନ ପୁଣି ଅପମିଶ୍ରଣ ଗୁଟୁକା କାରଖାନା ଉପରେ ପୋଲିସ ଚଢ଼ାଉ କରି , ଏକ କୋଟି ଟଙ୍କାର ଅପମିଶ୍ରଣ ଗୁଟୁକା ସହିତ ଆବଶ୍ୟକ ସାମଗ୍ରୀ ଜବତ ହୋଇଛି ।
ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୩ ରେ ଏପରି କାରବାର ଚାଲିଥିବା ଖବର ପାଇ , ଜଗତପୁର ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଅପମିଶ୍ରଣ କାରୀ ସଂସ୍ଥାର ମାଲିକ ଏବଂ କର୍ମଚାରୀ ମାନେ ସେଠାରୁ ଖସି ପଳାଇଥିଲେ । ସେହି କାରଖାନାକୁ ପୋଲିସ ଚଢ଼ାଉ କରିବାକୁ ଯାଉଛି ବୋଲି , ଅପମିଶ୍ରଣ କାରୀ କାରଖାନାର କର୍ମଚାରୀ ମାନେ ଖବର କେମିତି ପାଇଲେ , ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାରେ କୌଣସି ପୋଲିସ କର୍ମଚାରୀର ଭିତିରି ସଂପର୍କ ନାହିଁ ତ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରତି ସପ୍ତାହରେ କଟକ ମାଲଗୋଦାମ ଏବଂ ଜଗତପୁର ଶିଳ୍ପାଞ୍ଚଳରେ ଜିଲ୍ଲା ଯୋଗାଣ ବିଭାଗ ,ସ୍ଥାନୀୟ ପୋଲିସର ପକ୍ଷରୁ ଚଢ଼ାଉ କରାଗଲେ ଏପରି ଅପମିଶ୍ରଣ କାରବାରକୁ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result