No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ପୋଲିସ ଜବତ କରିଥିବା ଜିନିଷକୁ କୋର୍ଟ ନିଲାମ କରିବାପାଇଁ ନିର୍ଦ୍ଦେଶ ଦେବାପରେ ନିଲlମରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖି ପୁଣିଥରେ କୋର୍ଟ ସଂପୃକ୍ତ ଘଟଣା ରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆଡ଼ବା ଥାନାରେ । ଗତ ଅଗଷ୍ଟ ୨୪ ତାରିଖରେ କାଜୁ ବୋଝେଇ ଗାଡ଼ିରେ ଗଂଜେଇ ଚାଲାଣ ମାମଲାରେ କୋର୍ଟ ନିର୍ଦେଶ ଦେଇଥିଲା ଜବତ ହୋଇଥିବା କାଜୁ ନିଲାମ କରିବା ପାଇଁ । ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଛି୬୫ ଲକ୍ଷ ଟଙ୍କାର କାଜୁ୧୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଗଞ୍ଜେଇ ସହ ଜବତ ହୋଇଥିବା କାଜୁ କୁ ଚଂଚକତା କରି କମ ଟଙ୍କାରେ ବିକ୍ରି ଅଭିଯୋଗରେ ମୋହନା ବିଡ଼ିଓ ଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ଅଡବା ଥାନାରେ । ଏଥି ସହ ଏହି ଘଟଣାରେ ଜଣେ ଏସଆଇ ଆଲୋକ ଜଗଦଲା ଙ୍କୁ ନିଲମ୍ବନ କରିଛନ୍ତି ଗଜପତି ଏସ ପି ତପନ ପଟନାୟକ । ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪କେଜି ଗଞ୍ଜେଇ ଜବତ ହୋଇଥିଲା ।୧୭ ଟନ ୮୧୪ କେଜି କାଜୁ ମଧ୍ୟ ଜବତ ହୋଇଥିଲା । ଏହି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ୨ଜଣକୁ ଗିରଫ କରାଯାଇଥିଲା । ତେବେ ଏଥିରେ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସଲା , ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତି ଙ୍କ ଉପସ୍ଥିରେ ବିକ୍ରି କରାଯାଇଛି ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ ତଥା ଅଡବା ଥାନା ଏସଆଇ ଆଲୋକ ଜଗଦଲା । ଏହି ତଥ୍ୟକୁ ଭିତ୍ତି କରି ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦ୍ଧେଶ ଦେଇଥିଲେ ମାନ୍ୟବର କୋର୍ଟ । ତେବେ ଘଟଣା ରେ ସମ୍ପୃକ୍ତ ସରକାରୀ ଆଧିକାରୀ,ଏବଂ ତଦନ୍ତକାରୀ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।
ତେବେ ଘଟଣାର ଚଞ୍ଚକତା କିଭଳି ହୋଇଛି ସେ ସମ୍ପର୍କରେ ପଚାରିବାରୁ ଏସପି ଙ୍କ କହିବା ହେଲା ,ଘଟଣା ରେ ନିଲାମ ପ୍ରକ୍ରିୟାରେ ସମ୍ପୃକ୍ତ କାଜୁ ବ୍ୟବସାୟୀ ସରକାରୀ ବାବୁ,ପୋଲିସ ଅଧିକାରୀ ଙ୍କୁ ପ୍ରଲୋଭନ ଦେଖାଇ ନିଲାମ ପ୍ରକ୍ରିଆରେ କୌଣସି ପବ୍ଲିକ ନୋଟିସ ନକରି ସମସ୍ତ କାରବାର ସାରିଦେଇଛନ୍ତି ଯାହା ଜବତ ହୋଇଥିବା କlଜୁର ମୁଲ୍ୟ୬୫ ଲକ୍ଷ ତାଙ୍କର ତାକୁ କାଜୁ ବ୍ୟବସାୟୀ ସାହାଯ୍ୟ କରିବାକୁ ଯାଇ ୧୪ଲକ୍ଷ ଟଙ୍କlରେ ନିଲlମରେ ଚଞ୍ଚକତା କରି ବିକ୍ରି କରିଛନ୍ତି ।ଏହି ଘଟଣାର କାଗଜପତ୍ର ଯେତେବେଳେ କୋର୍ଟରେ ଦାଖଲ କରାଗଲା କୋର୍ଟ ପୋଲିସର କାରବାର ଉପରେ ସନ୍ଦେହ କରି ଘଟଣାର ପୁନଃ ତଦନ୍ତ ପାଇଁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଘଟଣାରେ ଜିଏଭି ଥାନ୍ତୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ଏସ୍ପି କହିଛନ୍ତିl ପୋଲିସ ଓ ସରକାରୀ ବାବୁମାନେ କରିଥିବା ଚଞ୍ଚକତା କୁ ସନ୍ଦେହରେ ନେଇ କୋର୍ଟ ପୁନର୍ବାର ତଦନ୍ତ ପାଈଁ ପୋଲିସକୁ ଦାୟିତ୍ୱ ଦେଇଛି ତେବେ ପୋଲିସ ନିଜ ଦାୟିତ୍ୱ ଠିକ ଭାବେ ତୁଲାଉଛି ନା ସରକାରୀ ବାବୁଙ୍କ ପକେଟ ଗରମ କରିବାରେ ସହାୟକ ହେଉଛି ତାହା ଦେଖିବାର କଥା l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result