No Result
View All Result
ଏହି ଲୁଟ୍ ଘଟଣାର ଆଉ ଏକ ତଥ୍ୟ -ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ
1.ବ୍ୟାଙ୍କ ଖୋଲିବା ସମୟ – ସକାଳ ୯ଟା ୪୦
2.ବ୍ୟାଙ୍କରେ ଲୁଟେରାଙ୍କ ପ୍ରବେଶ – ସକାଳ ୯ଟା ୪୫
3.ଲୁଟେରା ବ୍ୟାଙ୍କରୁ ବାହାରିବାର ସମୟ – ସକାଳ ୯ଟା ୫୦
4.ପୋଲିସ ଫୋନ ପାଇବାର ସମୟ -ସକାଳ ୯ଟା ୫୫
ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) କଟକ :- କଟକରେ ପ୍ରାୟ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍ ମାମଲା ଏକ ନୂଆ ମୋଡ ନେଇଛି । ଲୁଟ ଘଟଣାର କିଛି ସିସିଟିଭି ଚିତ୍ର ସାମ୍ନାକୁ ଆସିଛି । ଏହି ଚିତ୍ରରେ ୪ ଜଣ ଲୁଟେରା ଲୁଟ୍ କରି ଫେରିବା ସମୟର ଫଟୋ କଏଦ କରିଛି ସିସିଟିଭି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେମାନଙ୍କ ହାତରେ ଏତେ ପରିମାଣର ଗହଣା ଦେଖାଯାଉନାହିଁ । ସୁନା ଋଣ ସଂସ୍ଥା କର୍ମଚାରୀଙ୍କ କଥା ଯଦି ସତ ହୋଇଥାଏ, ତେବେ ଫଟୋ ସଂପୂର୍ଣ୍ଣ ଭିନ୍ନ କଥା କହୁଛି । ଆଉ ଏକ ତଥ୍ୟ ପୁଲିସକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ମାତ୍ର ୫ରୁ ୭ ମିନିଟ୍ ଭିତରେ ୪୦ରୁ ୪୨ କେଜି ସୁନା କେମିତି ଲୁଟ୍ ହେଲା ।
ସିସିଟିଭିରେ କଏଦ ଲୁଟେରାଙ୍କ ଫଟୋ ଦେଖନ୍ତୁ । କଟକ ନୟାସଡକ ସୁନା ରୁଣ ସଂସ୍ଥା ଆଇଆଇଏଫଏଲରୁ ଲୁଟ କରି ଯାଉଥିବା ବେଳର ଇଏ ହେଉଛି ଦୃଶ୍ୟ । ଭଲ କରି ଦେଖନ୍ତୁ ଏହି ଫଟୋକୁ । ୨ଟି ମୋଟର ସାଇକେଲରେ ୪ ଜଣ ଲୁଟେରାଙ୍କ ଫଟୋ ନେଇଛି ସଂସ୍ଥା ପାଖରେ ଥିବା ଆଉ ଏକ ଦୋକାନର ସିସିଟିଭି । ସଂସ୍ଥାର ମ୍ୟାନେଜର କହିଥିଲେ ୪୦ରୁ ୪୨ କିଲୋ ସୁନା ଲୁଟ ହୋଇଛି । କିନ୍ତୁ ଏହି ଫଟୋରୁ ସେଭଳି କୌଣସି ସୁରାଗ ମିଳୁନାହିଁ । ଏହି ବ୍ୟକ୍ତି ଜଣଙ୍କ ପିଠିରେ ଏକ ଛୋଟ କଳାରଙ୍ଗର ବ୍ୟାଗ ପକାଇଛନ୍ତି । ସେହି ବ୍ୟାଗରେ ବି ଅତି କମ୍ ପରିମାଣର ସାମଗ୍ରୀ ରହିଥିବା ଜଣାପଡୁଛି । ଆଉ କାହାରି ହାତରେ କିଛି ନାହିଁ ।
ଆଉ ଇଏ ହେଉଛି ଏକ ଧଳାରଙ୍ଗର ଜରି ଅଖା ବ୍ୟାଗ । ଯାହାର ଉପରପଟ ଖୋଲା ରହିଛି । ଏବଂ ଏହି ବ୍ୟାଗରେ ମଧ୍ୟ ସେଭଳି କିଛି ବେଶି ସାମଗ୍ରୀ ଥିବା ଭଳି ଜଣାପଡୁନି । ୪୦ରୁ ୪୨ କିଲୋ ଓଜନର ସୁନା ଗହଣା ରଖିଲେ ଏହା କେତେ ଯାଗା ନେବ ତାହା ଅନୁମାନ କରିହେବ । ଏହି ଦୃଶ୍ୟ ଲୁଟ କରି ଯାଉଥିବା ବେଳର ଦୃଶ୍ୟ । ଆଶ୍ଚର୍ଯ୍ୟର କଥା ହେଉଛି, ସୁନାରୁଣ ସଂସ୍ଥା ଆଇଆଇଏଫଏଲ କହୁଛି ଏତେ ସୁନା ଚୋରି ହୋଇଗଲା, କିନ୍ତୁ ପ୍ରକୃତରେ ଏହି ଫଟୋରୁ ଲୁଟେରାଙ୍କ ପାଖରେ ସେତେ ପରିମାଣର ସୁନାଗହଣା ଥିବା ଭଳି ମନେହେଉନାହିଁ ।
କଟକ ନୟାସଡକ ଅଂଚଳର ଏହି ସଂସ୍ଥାରୁ ସୁନା ଲୁଟ୍ ଘଟଣା, ରହସ୍ୟମୟ ପରି ମନେହେଉଛି । ଫେରାର ହେଉଥିବା ବେଳେ ଲୁଟେରାଙ୍କ ଫଟୋରୁ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ତେବେ ପୋଲିସ ପୁରା ଘଟଣାର ଛାନଭିନ୍ କରୁଛି । ଆଶା କରାଯାଉଛି, ଏହି ରହସ୍ୟମୟ ଘଟଣାରୁ ପରଦା ହଟିବ । ବ୍ୟାଙ୍କ ଖୋଲିବା ଓ ଏତେ କମ ସମୟ ଭିତରେ ଲୁଟେରା ପ୍ରବେଶ କରି ୪୦ରୁ ୪୨ କିଲୋ ସୁନା ଲୁଟ୍ କରିବା ଏବଂ ମାତ୍ର ୫ରୁ୭ ମିନିଟ୍ ଭିତରେ ଏତେ ବଡ ଘଟଣା ଘଟିବା କେଉଁଠି ନା କେଉଁଠି ସେତେ ଗ୍ରହଣ କରିହେଉନାହିଁ । ପୋଲିସ ଆଇଆଇଏଫଏଲର ୫ରୁ ଅଧିକ କର୍ମଚାରୀଙ୍କୁ ଜେରା କରିଛି । କିନ୍ତୁ ସତ ସାମନାକୁ ଆସୁନାହିଁ ।
ବ୍ୟାଙ୍କ ଲୁଟ ଘଟଣାର ଏହି କାହାଣୀ ସତରେ ଏକ କାହାଣୀ ଭଳି ଲାଗୁଛି । ଆଉ ପୋଲିସ ଅନ୍ଧାରରେ ବାଡି ବୁଲାଇବା ପରି ମନେ ହେଉଛି । ଗଞ୍ଜାମ, ବ୍ରହ୍ମପୁର ଭଳି କିଛି ସ୍ଥାନକୁ ପୋଲିସ ଟିମ ପଠାଇଥିଲେ ମଧ୍ୟ ଲୁଟେରାଙ୍କ ବିଷୟରେ କୌଣସି ସୁରାଗ ବି ମିଳିପାରିନାହିଁ । କମିଶନରେଟ ପୋଲିସର ପାରିବା ପଣିଆକୁ ନେଇ ଲୋକଙ୍କ ଧାରଣା କଣ ତାହା ଆପଣ ଠିକ ଜାଣିପାରିବେ ଯେତେବେଳେ ଫେସବୁକର ପୃଷ୍ଠା ଓଲଟାଇବେ । ଲୋକେ କଥା ହେଉଛନ୍ତି, ଆମ କମିଶନରେଟ ପୋଲିସ, ହେଲମେଟ ଚେକିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ଚେକିଂ ଭଲ କରିପାରେ । କିନ୍ତୁ ବଡ ଅପରାଧ ଆସିଗଲେ ଡକାୟତଙ୍କ ଟେର ପାଏନାହିଁ । (କ୍ରାଇମ ନ୍ୟୁଜ୍ ରିପୋର୍ଟର୍ – କୈଳାସ ପରିଡା)
No Result
View All Result