No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) କଟକ :- କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ବଡ଼ ଓଷା ଏବର୍ଷ ବିନା ଭକ୍ତରେ କରାଯିବ । ସରକାରଙ୍କ କୋଭିଡ଼ ନିୟମ ଅନୁଯାୟୀ ପୂଜା ଏବଂ ନିତୀକାନ୍ତି କରାଯିବ ବୋଲି ନଷ୍ପତ୍ତି କରାଯାଇଛି । ଆଜି ସୋମବାର ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ନିତୀକାନ୍ତି କୋଭିଡ଼ ନିୟମ ଅନୁଯାୟୀ କରାଯିବ । ଚଳିତ ବର୍ଷ ପହିଲି ପଞ୍ଚୁକ ବୁଧବାର ପଡ଼ଥିବା ବେଳେ ଶନିବାର ବାବା ଧବଳେଶ୍ବରଙ୍କ ବଡ଼ ଓଷା ପଡୁଛି । ଏନେଇ ସୋମବାର ଦିନ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ, ଏକ ପ୍ରସ୍ତୁତି ବୈଠକ , ସ୍ଥାନୀୟ ଧବଳେଶ୍ବର ଫାଣ୍ଡି ପରିସରରେ ଅନୁଷ୍ଠିତ ହୋଇଥିଲା । ସୋମବାର ୨୨ ତାରିଖ ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ , ବାବା ଧବଳେଶ୍ବର ମନ୍ଦିର ପରିସରକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।
ପାଇକରାପୁର ଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଏହି ରାସ୍ତାରେ ପଞ୍ଚୁକ ସମୟରେ , କୈଣସି ବ୍ୟକ୍ତି ଯାଆସ ଯେପରି ନକରନ୍ତି , ସେଥିପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସର୍ବ ସାଧାରଣ ଲୋକମାନେ ବାବାଙ୍କ ପୀଠକୁ ଯେପରି ଯାଇ ନପାରିବେ , ସେନେଇ ୯ ପ୍ଲାଟୁନ ପୋଲିସ ଫୋର୍ସ ଧବଳେଶ୍ବର ମହାଦେବଙ୍କ ପୀଠସ୍ଥଳୀ ଅଞ୍ଚଳରେ ମୁତୟନ କରାଯାଇଛି । ବାବାଙ୍କ ପୀଠ କୁ କେବଳ ସବାୟତଙ୍କ ଛଡା ଅନ୍ୟ କାହାରିକୁ ପ୍ରବେଶ କରି ପାରିବେ ନାହିଁ । ଏପରିକି ପ୍ରଶାନିକ ଅଧିକାରୀ , ପୋଲିସ ,ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ମନ୍ଦିର କୁ ଯିବା ପାଇଁ ବାରଣ କରାଯାଇଛି । ଏହି ବୈଠକରେ ଏସଡିପିଓ , ସ୍ଥାନୀୟ ତହସିଲଦାର , ଗୁରୁଡିଝାଟିଆ ଥାନା ଅଧିକାରୀ , ସମସ୍ତ ମନ୍ଦିର ପୂଜକ, ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result