No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) କଳାହାଣ୍ଡି :- ନର୍ଲା ଗ୍ରାମର ମଧ୍ୟଭାଗରେ ଅବସ୍ଥିତ ଅତି ପୁରାତନ, ଐତିହାସିକ ଶ୍ରୀ ବଳଭଦ୍ରେଶ୍ଵର ମହାଦେବଙ୍କ ସ୍ଥାବର ସମ୍ପତ୍ତିର ପୁନଃରୁଦ୍ଧାର ସକାଶେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆଙ୍କ ନେତୃତ୍ବରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ନର୍ଲା ଶିଶୁ ମନ୍ଦିର ଛକଠାରୁ ଶୋଭାଯାତ୍ରାରେ ସ୍ଥାନୀୟ ସରପଞ୍ଚଙ୍କ ସହ ରୀନାରାଣୀ ପଟ୍ଟନାୟକ, ନାରୀ ନେତ୍ରୀ ପଙ୍କଜିନୀ ନାଏକ,ମନ ସାହୁ, ଚନ୍ଦ୍ରଶେଖର ପୁଝାରୀ, ଦଣ୍ଡସେନା ପୁଝାରୀ, ଦିଗାମ୍ବର ସାହୁ,ମଝିଆ ମାଝୀ,
ନୀଳକଣ୍ଠ ମାଝୀ ଓ ଗ୍ରାମର ଶତାଧିକ ଲୋକ ସ୍ଥାବର ସମ୍ପତ୍ତିର ପୁନଃରୁଦ୍ଧାର ଦାବି ରଖି ନାରା ଦେଇ ବ୍ଳକ ସମ୍ମୁଖରେ ଏକତ୍ରିତ ହୋଇ ସ୍ଥାନୀୟ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ନର୍ଲାସ୍ଥିତ ଶୈବପୀଠ ଏକ ପୁରାତନ ଐତିହାସିକ ପୀଠରେ ରିତୀନିତି ଅନୁସାରେ ଓ ବାର୍ଷିକ ଉତ୍ସବ ଠିକ ଭାବରେ ପାଳନ ହେଉ ନ ଥିବାରୁ ଭକ୍ତଙ୍କ ଭାବାବେଗକୁ ଘୋର ଆଘାତ ଲାଗିଥିବା ଜଣାପଡିଛି ।
ମହାଦେବଙ୍କ ଜମିକୁ ସେବାୟତ ମାନେ ନିଜ ନାମରେ କରି ବିକ୍ରୀ ଆରମ୍ଭ କଲେଣି ବୋଲି ଦାବିପତ୍ରରେ ଦର୍ଶାଯାଇଛି। ମନ୍ଦିରର ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରୁ ପ୍ରାୟ ୧୭ ଏକର ଚାଷଜମି ଚାଷ ଉପଯୋଗୀ ଜମି ରହିଥିବା ଦୃଷ୍ଟିରୁ ସମସ୍ତ ସ୍ଥାବର ସମ୍ପତ୍ତିର ପୁନଃରୁଦ୍ଧାର ସକାଶେ ଗ୍ରାମବାସୀ ଦାବି କରିଛନ୍ତି। ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବି ପତ୍ରରେ ସୂଚିତ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result