No Result
View All Result
ଓଡ଼ିଶା ତାଜାନ୍ୟୁଜ୍ (୨୧ ନଭେମ୍ବର ଶନିବାର) କୋରାଇ :- ଗତ ଦୁଇ ଦିନ ଧରି ସ୍ୱତନ୍ତ୍ର ପୁଲିସ ଟିମ ଓ କୋରାଇ ଥାନା ପୁଲିସ ପକ୍ଷରୁ କୋରାଇ ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ପୂର୍ବକୋଟ ସ୍ଥିତ ତେଲଙ୍ଗା ବସ୍ତିରେ ହୋଇଥିବା ଚଢାଉର ଆଜି ପୁଲିସ ତା’ର ପର୍ଦ୍ଦା ଫାସ କରିଛି । ଆଜି କୋରାଇ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମଳନିରେ ପୁଲିସ ଦେଇଥିବା ସୂଚନା ବେଶ ରୋଚକ ହୋଇଛି । ଚଢାଉରେ ପୁଲିସକୁ ଏକ ବଡ ଧରରଣ ସଫଳତା ମିଳିବା ସହିତ ୩ଜଣ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି । ହେଲେ ଯେଉଁ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିଲା ପୁଲିସ ତାଙ୍କୁ ଧରିପାରିନଥିଲେ ମଧ୍ୟ ତା’ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର, ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୭ଟି ପୋଷ୍ଟାଲ କାର୍ଡ, ୨ଟି ଏଟିଏମ କାର୍ଡ, ୭ଟି ଆଧାର କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।
ତେବେ ଗିରଫଙ୍କ ମଧ୍ୟରୁ ୨ଜଣ ଏହି ଥାନା ଅନ୍ତର୍ଗତ ପୂର୍ବକୋଟ ତେଲଙ୍ଗା ବସ୍ତିର ଆହୁଲା ଶଙ୍କର ରାଓଙ୍କ ପୁଅ ଆହୁଲା ଦାନବୀର ରାଓ(୨୬) ଓ ଅନ୍ୟଜଣେ ମାରି ଗାଡୁ କାୱାଡିଙ୍କ ପୁଅ କାଳି କୱାଡି(୨୨) ହୋଇଥିଲା ବେଳେ ଅନ୍ୟଜଣେ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା ଜିଲାସ୍ଥିତ ନାଥଭରମ ଥାନା ଗୋମ୍ମିିଡିଗୋଣ୍ଡାର ଆଭୁଲା ପ୍ରସାଦଙ୍କ ପୁଅ ଆଭୁଲା ଦୁର୍ଗା ପ୍ରସାଦ(୨୪) ବୋଲି ସୂଚନା ମିଳିଛି । ଏଥିରୁ ଜଣାପଡୁଛିଯେ, ପୂର୍ବକୋଟ ତେଲଙ୍ଗାବସ୍ତି ଆନ୍ତଃରାଜ୍ୟ ଡକାୟତିଙ୍କର ଏକ ପେଣ୍ଠ ସ୍ଥଳୀ । ପୂର୍ବରୁ ବହୁବାର ବାହାର ରାଜ୍ୟର ଡକାୟତି ଘଟଣାରେ ଏହି ବସ୍ତିର କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବାରୁ ବିଭିନ୍ନ ସମୟରେ ରାଜ୍ୟ ବାହାରର ପୁଲିସ ଅଧିକାରୀ ଚଢାଉ କରି ଅନେକଙ୍କୁ ଗିରଫ କରିଛନ୍ତି । ତେବେ ଗତ ଦୁଇଦିନ ହୋଇଥିବା ଚଢାଉରେ ପୁଲିସକୁ ଅନ୍ୟ କେତେକ ଡକାୟତି ଘଟଣାରେ ସଂପୃକ୍ତି ଥିବାର ରୋଚକ ତଥ୍ୟ ହସ୍ତଗତ ହୋଇଛି ।
ପୁଲିସ ସୂଚନା ମୁତାବକ ଏକ ଘଟଣାର ସଂପୃକ୍ତିଥିବା ଟାର୍ଗେଟକରି ପୂର୍ବକୋଟ ତେଲଙ୍ଗ ବସ୍ତିର ମାଇକେଲ ଅଞ୍ଜିଲିଲୁଙ୍କ ଘରେ ଆତର୍କିତ ଭାବେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଅଞ୍ଜିଲିଲୁ ଫେରାର ହୋଇଥିଲେ ମଧ୍ୟ ତାଙ୍କ ଘରୁ ୧୬ଟି ସୁନା ମୁଦି, (୩୨.୩୫୦ଗ୍ରାମ), ୧୩ଟି ମଙ୍ଗଳସୂତ୍ର(୪୦.୩୩୦ଗ୍ରାମ), ୧୩ଟି ଲକେଟ (୧୩.୮୫୦ଗ୍ରାମ), ୫ଟି ମଥାମଣି (୧୮.୬୩୦ଗ୍ରାମ), ୧୫ହଳ କାନଫୁଲ (୭୮.୩୯୦ଗ୍ରାମ), ଆଉ ୧୩ଟି ନାକଫୁଲ (୪.୫୮୦ଗ୍ରାମ), ୪ଟି ବେକ ଚେନ (୩୨.୩୬୦ଗ୍ରାମ), ୨ଟି ତରଳ ଖଣ୍ଡ ସୁନା (୦.୪୪୦ଗ୍ରାମ), ୧ଟି ମାଳିଲଗା ମଙ୍ଗଳ ସୂତ୍ର(୧୨ଗ୍ରାମ) ଆଦି ମୋଟ ୨୨୩. ୩୦ମିଲି ଗ୍ରାମ ସୁନା ଓ ୧୧ହଳ ରୂପା ପାଉଞ୍ଜି, ରୂପାଚେନ ୩ଟି, ୨୨ଟି ଗୋଡ ମୁଦି ୧୨ଟି ଲକେଟ, ୨ଟି ଚାବି ରିଙ୍ଗ, ୧ଟି ଦୀପଦାନି, ୨ଟି ହାତବଳା, ୧ଟି ସେବ୍ଲେଟ, ୨ଟି ଅଂଟା ଚେନ ଆଦି ମୋଟ ୧୦୬୧. ୩୪୦ ଗ୍ରାମର ରୂପା ଜବତ ହୋଇଥିବା ବେଳେ ୩୮୦ଖଣ୍ଡ ୫୦୦ଟଙ୍କିଆ, ୫୭ଖଣ୍ଡ ୨୦୦୦ ଟଙ୍କିଆ ନୋଟ ଆଦିକୁ ମିଶାଇ ମୋଟ ୩ଲକ୍ଷ ୪ହଜାର ଟଙ୍କା ଜବତ କରିବା ସହ ୭ଟି ପୋଷ୍ଟାଲ କାର୍ଡ, ୨ଟି ଏଟିଏମ କାର୍ଡ, ୭ଟି ଆଧାର କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ପୁଲିସ ସୂଚନା ଦେଇଛି ।
ଏହାକୁ ନେଇ କୋରାଇ ଥାନା କେଶ ନମ୍ବର ୩୦୬/୨୦, ଦଫା ୩୭୯, ୪୧୧, ୪୧୨,୪୧୩,୩୪ଆଇପିସିରେ ମାମଲା ରୁଜୁକରିବା ସହ ସଂପୃକ୍ତ ୩ଅନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ମଷ୍ଟର ମାଇଁଣ୍ଡି କୁହାଯାଉଥିବା ମାଇକେଲ ଅଞ୍ଜିଲିଲୁ ଚକମା ଦେଇ ଫେରାର ହୋଇ ଯାଇଛି । ଘଟଣା ତଦନ୍ତାଧୀନ ରହିଥିବାରୁ ପୁଲିସ ଏହା କେଉଁ ଘଟଣାର ବୋଲି କୌଣସି ସୂଚନା ଦେଇ ନାହିଁ । ଆଜିର ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ ଏସଡିପିଓ ଚିନ୍ମୟକୁମାର ନାୟକ, କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି, ସବନିସପେକ୍ଟର ସୁବ୍ରତକୁମାର ସାହୁଙ୍କ ସମେତ ଅଧିକାରୀ ମାନେ ଉପସ୍ଥିତ ଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result