No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) କୋରାଇ :- କୋରାଇ ଥାନା ଅନ୍ତର୍ଗତ ପୂର୍ବକୋଟ ସ୍ଥିତ ତେଲଙ୍ଗା ବସ୍ତିରେ ଗତକାଲି ଯାଜପୁର ଜିଲା ପୁଲିସର ଏକ ସ୍ୱତବ ଟିମ ଚଢାଉ କରି ଥିଲା ବେଳେ ଆଜି ପୁଣି ଅପରାହ୍ଣରେ ଅଚାନକ ଭାବେ ଚଢାଇ କରାଯାଇଛି । ଦୁଇଦିନ ଧରି ବସ୍ତି ଉପରେ ଚଢାଉଫଳରେ ଯୁବ ଗୋଷ୍ଠୀମାନେ ବସ୍ତି ପଛପଟେ କାଚରାସାହି ଆଡକୁ ଦୌଡି ପଳାଇଥିଲା ବେଳେ ବସ୍ତିବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ବସ୍ତିରୁ ବିପୁଳ ପରିମାରଣାର ସୁନା-ରୂପା ଓ ୫ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ କରିବାରେ ସଫଳରେ ହୋଇଥିଲା ବେଳେ ୫ଜଣଙ୍କୁ ଧରିଆଣି ଅଟକ ରଖିଛି । ଯାଜପୁର ଏସ୍ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶରେ ଯାଜପୁର ରୋଡ ଏସ୍ଡିପିଓ ଚିନ୍ମୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ତେଲଙ୍ଗା ବସ୍ତିରେ ଚଢାଉ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
ପ୍ରକାଶଯେ, ତିନିଦିନ ତଳେ ଯାଜପୁର ଜିଲାର ମଙ୍ଗଳପୁର ଠାରେ ହୋଇଥିବା ଏକ ସୁନା ଦୋକାନରୁ ଡକାୟତି ମାମଲାରେ କିଛି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏହି ଚଢାଉ କରାଯାଇଥିବା ପୁଲିସ ପ୍ରକାଶ କରିଛି । ଏଥିନେଇ ସ୍ୱତବ ପୁଲିସ ସ୍କ୍ୱାର୍ଡ ଦ୍ୱାରା ଗୁରୁବାର ଅଚାନକଭାବେ ତେଲଙ୍ଗାବସ୍ତିରେ ଚଢାଉ କରାଯାଇ ୫ଜଣ ସଦିଗ୍ଧଙ୍କୁ ପୁଲିସ ଧରିଥିଲା । ଏଥି ସହିତ ସହ ନଗଦ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଏବଂ ବିପୁଳ ପରିମାଣର ସୁନା ଓ ରୁପା ଜବତ ହୋଇଥିବା ଜଣାପଡିଛି । ତେବେ ଜବତ ହୋଇଥିବା ସୁନା ଓ ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହେବ ବୋଲି କୁହାଯାଉଛି । ଧରା ପଡିଥିବା ସଦିଗ୍ଧଙ୍କୁ ପୁଲିସ୍ ପଚରାଉଚରା ଜାରି ରଖିଥିଲା ବେଳେ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଆଜି ପୁଣି ପୁଲିସ ଟିମ ପକ୍ଷରୁ ଅଚନକ ଭାବେ ବସ୍ତି ଉପରେ ଚଢାଉ କରାଯାଇଥିଲା । ପୁଲିସକୁ ଆସୁଥିବାର ସୁରାକପାଇଁ ବସ୍ତିର ଯୁବଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ବସ୍ତିଟି ସଂପୂ ଣ୍ଣ ର୍ ପୁରୁଷ ଶୂନ୍ୟ ହୋଇପଡିଥିଲା ବେଳେ ସ୍ଥାନୀୟ ଅଧିବାସୀ ଆତଙ୍କିତ ହୋଇ ପଡିଛନ୍ତି । ଆଜିର ଚଢାଉରେ ଏସଡିପିଓ ଶ୍ରୀ ନାୟକଙ୍କ ସମେତ କୋରାଇ ଥାନା ଅଧିକାରୀ ଶ୍ରୀ ରଞ୍ଜିତ ମହାନ୍ତି ଓ ଏକ ପ୍ଲଟୁନ ଫୋର୍ସ ସାମିଲ ହୋଇଥିଲେ ।
ହେଲେ ପୁଲିସକୁ ଆଜି ସେଭଳି ସଫଳ ମିଳିପାରିନଥିଲା ବେଳ ଚଢାଉ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟଯେ, ଏହି ତେଲଙ୍ଗା ବସ୍ତି ଏବେ ବହୁ ଆନ୍ତଃରାଜ୍ୟ ଅପରାଧିଙ୍କ ଚରାଭୂଇଁ ପାଲଟିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅପରାଧ ଘଟାଉଥିବା ଅପରାଧିମାନେ ଏଠାରେ ଆଶ୍ରୟ ନେଉଥିବା ଜଣାପଡିଛି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ପୁଲିସ ପକ୍ଷର ବର୍ଷରେ ୪/୫ଥର ଚଢାଉ କରାଯାଇଥାଏ । ଏଠାରେ ଦୁଇଦିନ ଧରି ଚଢାଉ ଯୋଗୁ ବସ୍ତି ସମ୍ପୁର୍ଣ୍ଣ ପୁରୁଷ ଶୂନ୍ୟ ହୋଇପଡିଥିବା ବେଳେ ସ୍ଥାନୀୟ ଅଂଚଳର ଅଧିମାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଦତନ୍ତରେ ବାଧାଉଯିବା ନେଇ ଚଢାଉରେ ମିଳିଥିବା ସଫଳତା ସଂପର୍କରେ ପୁଲିସ ସଠିକ ତଥ୍ୟ ପ୍ରଦାନ କରିନାହିଁ ।
No Result
View All Result