ଗଜପତି :- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟ’ରେ ଆଜି ଗଜପତି ଜିଲ୍ଲା ଏବଂ ସେସନ ଜର୍ଜ କୋର୍ଟ’ର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟ’ର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ’ଙ୍କ ଦ୍ଵାରା ଭରଚୁଆଲ ମୋଡ଼’ରେ ଭିଡିଓ କନଫରେନସିଂ ମାଧ୍ୟମରେ ରିମୋଟ ବଟନ ମାରି ଉଦଘାଟନ କରିଥିଲେ ।
ଏହି ସମୟରେ ମାନ୍ୟବର ମୁଖ୍ୟ ବିଚାରପତି’ଙ୍କ ସହିତ ମାନ୍ୟବର ହାଇକୋର୍ଟ’ର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।
ଭରଚୁଆଲ ମୋଡ଼’ରେ ପାରଳାଖେମୁଣ୍ଡି ଠାରେ ଏହି ନବନିର୍ମିତ ଜିଲ୍ଲା ଓ ସେସନ ଜର୍ଜ କୋର୍ଟ ବିଲଡିଙ୍ଗ’ର ଉଦଘାଟନୀ ଉତ୍ସବ’ରେ ଜିଲ୍ଲା ଓ ସେସନ ଜର୍ଜ ଶ୍ରୀ ବିଶ୍ଵଜିତ ଦାସ ଓ ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା’ଙ୍କ ସମେତ ସିଜେଏମ:-ଶ୍ରୀ ମାନସ କୁମାର ପଣ୍ଡା , ,ସିନିଅର ସିଭିଲ ଜର୍ଜ ମିସ-ଦୀପା ଦାସ , ଡିଏଲଏସଏ’ ର ସେକ୍ରେଟାରୀ ଶ୍ରୀ ବ୍ୟୋମକେଶ ନାୟକ , ରେଜିଷ୍ଟ୍ରାର ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ , ସିଭିଲ ଜର୍ଜ ଏସଡିଜେଏମ:- ଶ୍ରୀ ଚନ୍ଦ୍ରହାସ ବେହେରା , ଜେଏମଏଫସି: ବନିଲ କୁମାର ଖଟେଇ , ଜେଏମଏସସି ମିସ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ , ଜିଲ୍ଲା ବାର ସଂଘ ସଭାପତି ଶ୍ରୀ ରାମନାଥ ମିଶ୍ର , ସେକ୍ରେଟାରୀ ଶ୍ରୀ କୃଷ୍ଣ ମୋହନ ପଟନାୟକ , ସମସ୍ତ ଓକିଲ , ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ବହୁ ପ୍ରଶାସନିକ ଓ ପୋଲିସ ଅଧିକାରୀ ଏବଂ ଜିଲ୍ଲା ଆଇନସେବା ପ୍ରାଧିକାରଣ’ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ଏହି ଅବସର’ରେ ଜିଲ୍ଲା ଓ ସେସନ ଜର୍ଜ ଶ୍ରୀ ବିଶ୍ଵଜିତ ଦାସ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଆଜି ଗଜପତି ଜିଲ୍ଲା ପାଇଁ ଏକ ଗୌରବ’ର ଦିନ , କାରଣ ଦୀର୍ଘବର୍ଷ ଧରି ଏହି ଜିଲ୍ଲା ଓ ସେସନ ଜର୍ଜ କୋର୍ଟ’ର ନବନିର୍ମିତ କୋଠା ନିର୍ମାଣ ହୋଇ ଉଦଘାଟନ ହେବା ଅପେକ୍ଷା’ରେ ଥିଲା ।
ସମସ୍ତଙ୍କ ସହଯୋଗ’ରେ ଏହା ସମ୍ଭବ ହୋଇପାରିଛି । ଆଶା କରୁଛି ଯେ , ଏହି ଆଦିବାସୀ ବହୁଳ ଗଜପତି ଜିଲ୍ଲାଞ୍ଚଳ’ରେ ଯେଉଁ ବିଭିନ୍ନ ମକଦ୍ଦମା ସବୁ ରହିଛି , ଏହା ସମସ୍ତ’ଙ୍କ ଆଶା ଓ ଆକାଂକ୍ଷା’କୁ ପୁରଣ କରିପାରିବ ଏବଂ ଲୋକେ ଉଚିତ ନ୍ୟାୟ ପାଇପାରିବେ । ଅନ୍ୟ ପକ୍ଷରେ ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଲୋକ’ଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରିବ । ସେଥିପାଇଁ ଜିଲ୍ଲା’ର ଏହି ନ୍ୟାୟିକ ବିଲଡିଙ୍ଗ ଜିଲ୍ଲାବାସୀ’ଙ୍କ ପାଇଁ ଜୁଡିସିଆଲ ମନ୍ଦିର ହୋଇପାରିବ ବୋଲି କହିଥିଲେ l
ସୂଚନାଯୋଗ୍ୟ ଯେ , ୬୨,୪୪୧ ବର୍ଗଫୁଟ ପରିସରରେ ୨୧ କୋଟି ୨୬ ଲକ୍ଷ ୩ ହଜାର ୬୯୪ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଦୌରାଜଜ୍ ଅଦାଲତର ନୂତନ କୋଠା’ଟିର ଭିତ୍ତିପ୍ରସ୍ତର ଗତ ତା:- ୩୦-୭-୨୦୧୧ ରିଖ’ରେ ଦିଆ ହୋଇଥିଲା । ଏହାର ନିର୍ମାଣ ଓଡିଶା ଷ୍ଟେଟ୍ ପୋଲିସ ହାଉସିଂ ଏଣ୍ଡ ୱେଲଫେୟାର୍ ଆସୋସିଏସନ୍ କର୍ପୋରେସନ୍ ଦ୍ବାରା ହୋଇଛି । ଏଥିରେ ୧୧ଟି କୋର୍ଟ-ହଲ ସମେତ , ବାର୍ ଆସୋସିଏସନ୍ ହଲ୍ , ନିଜାରତ ହଲ୍ , ସିଏସଆଇ: ରେକର୍ଡ ରୁମ୍ ଓ ଲାଇବ୍ରେରୀ ରୁମ୍ ପ୍ରଭୃତି ରହିଥିବା ଜଣାଯାଇଛି ।