No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା କରିଛନ୍ତି । ଗତ ୧୮ ତାରିଖରେ ପାରଳାଖେମୁଣ୍ଡି ପହଞ୍ôଚ ସେଠାରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଓ ସିଆର୍ସିସି ମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସମ୍ପ୍ରତି କରୋନା ସମୟରେ ରେଡିଓ ଓ ଟିଭି ମାଧ୍ୟମରେ ହେଉଥିବା ଶିକ୍ଷାଦାନରେ ଜିଲ୍ଲା ଛାତ୍ରଛାତ୍ରୀମାନେଙ୍କ ଯୋଗଦାନ ବିଷୟରେ ସିଆର୍ସିସି ମାନଙ୍କୁ ପଚାରିଥିଲେ । ଶିକ୍ଷା ସଂଯୋଗ, ମଧୂ ଆପ, ଦୀକ୍ଷା ଓ ଅନ୍ୟାନ୍ୟ ଶୌଖିକ ପ୍ରସଂଗ ସମ୍ପର୍କରେ ଆଲୋଚନା କରିଥିଲେ । ମୋ ସ୍କୁଲ ଅଭିଯାନରେ ଗଜପତି ଜିଲ୍ଲା ଅଧିକ ପାଣ୍ଠି ସଂଗ୍ରହ କରିଥିବାରୁ ଡି.ଇ.ଓ. ଓ ଶିକ୍ଷା ବିଭାଗକୁ ସେ ପ୍ରଶଂସା କରିଥିଲେ ।
ଏହି ଯୋଜନା ଆଗାମୀ ଦିନରେ ଅଧିକ ସଂପ୍ରସାରଣ କରିବାପାଇଁ ପରାମର୍ଶ ଦେଇଥିଲେ । ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍କର୍ଷ ବିଦ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କାଶୀନଗର, ଅଡବା ଓ ବାଳିକା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାର ଉତ୍କର୍ଷ ବିଦ୍ୟାଳୟ ରୂପେ ଘୋଷଣା କରାଯାଇଥିବାରୁ ଏଠାକାର ପ୍ରଧାନ ଶିକ୍ଷକମାନଙ୍କ ଉପସ୍ଥିତିରେ ପୁରାତନ ଛାତ୍ରୀମାନଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ଡ.ପଣ୍ଡା ବୁଝାଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି.ସୁଦର୍ଶନ ଉକ୍ତ ସଭାର ସଂଯୋଜନା କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ ଡ. ପଣ୍ଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସେ ଦୁଇ ଦିନିଆ ଗସ୍ତ ମଧ୍ୟରେ କାଶୀନଗର ଗସ୍ତ କରି ସେଠାକାର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଗଜପତି ଜିଲ୍ଲାର ଶିକ୍ଷାର ମାନ ବୃଦ୍ଧି ଶିକ୍ଷକ ମାନଙ୍କୁ ସେ ବିଭିନ୍ନ ପରାମର୍ଶ ଦେଇଥିଲେ ।(ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result