No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପଦ୍ମପୁର :- ଗତ ୩ବର୍ଷ ତଳେ ବ୍ଲକ ମାନଙ୍କରେ ଚାଲିଥିବା ବ୍ଯାପକ ପିସି କାରବାରକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ କଡା ତାଗିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିତ ସେ ସମୟରେ ଓଡିଶାରେ ଏକ ବଡ ରାଜନୈତିକ ବାଦ ବିବାଦ ତିଆରି କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ତାଗିତ ସତ୍ତ୍ବେ ବିଡିଓ,ଜେଇ, ଅନ୍ୟ ଅଧିକାରୀ ମାନେ କାହାକୁ ଖାତିର ନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଯାପକ ପିସି କାରବାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଉନ୍ନୟନ ମୂଳକ କାମ ଅତି ନିମ୍ନ ମାନର କରି ସାରା ରାଜ୍ୟରେ ବ୍ଲକ ମାନଙ୍କରେ ବ୍ଯାପକ ପିସି କାରବାର ଚାଲିଛି ।
ଏ ଭଲି ଏକ ଗୁରୁତର ଅଭିଯୋଗ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ସରପଞ୍ଚ ସଂଘ ଅଭିଯୋଗ କରିବା ସହ ଗତ ତା ୧୯ ୵ ୧୧ ୵ ୨୦ ରିଖ ଦିନ ପାଇକମାଲ ବ୍ଲକ ସରପଞ୍ଚ ସଂଘର ପ୍ରତିନିଧି ମଣ୍ତଳି ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମ ପଞ୍ଚାୟତରେ ଚାଳିଥିବା ଉନ୍ନୟନ କାମରେ ବିଡିଓ ଙ୍କ ୨% ଜିପିଓ ଙ୍କ ୧% ଓ ସେହି ହିସାବରେ ଆସିଷ୍ଟାଣ୍ଟା ଇଂଜିନିୟର,ଜେଇ ମାନଙ୍କୁ ନିର୍ଦ୍ଦିଷ୍ଟ ଭାଗ ନ ଦେଲେ ଫାଇଲ ରେ ଦସ୍ତଖତ କରୁ ନାହାନ୍ତି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ୟ୍ଯ ର କଥା ଯେ ଅଭିଯୋଗ କରିଥିବା ସରପଞ୍ଚ ମାନେ ଶାସକ ବିଜୁ ଜନତା ଦଳକୁ ପ୍ରତିନିଧିତ୍ବ କରୁଛନ୍ତି ।
ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ପାଇକମାଲ ବ୍ଲକ ସରପଞ୍ଚ ସଂଘର ସଭାପତି ଶ୍ରୀ ଧବଳେଶ୍ବର ସାହୁ ବିଜେଡି ର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ବିଜେଡି ର ଅନ୍ଯ ସରପଞ୍ଚ ଭେଙ୍ଗରାଜପୁର ସରପଞ୍ଚ ଭୀଷ୍ମଦେବ ସାହୁ, ଝିଟିକି ସରପଞ୍ଚ ସୁନିତା ପ୍ରଧାନ, ମିଠାପାଲ ସରପଞ୍ଚ ସହଦେବ ଧରୁଆ, ମାଣ୍ତୋସିଲ ସରପଞ୍ଚ ହିମାଦ୍ରୀ ପୁଟା, ଜାମସେଠ ସରପଞ୍ଚ ତମ୍ବା ତାଣ୍ତି, ପଲସଦା ସରପଞ୍ଚ ଅଞୀନି ବାଗ ଆଦି ଉପ ଜିଲ୍ଲାପାଳଙ୍କୁ ଭେଟି ପାଇକମାଲ ବ୍ଲକ ପିସି କାରବାର ର ତଦନ୍ତ ପାଇଁ ଦାବି କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result