No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) କଟକ :- କଟକ ସଦର ଥାନା ଅନ୍ତର୍ଗତ ତେଲଙ୍ଗା ପେଣ୍ଠ ଗାନ୍ଧିସ୍ମୃତୀ ପିଠର ପ୍ରତିଷ୍ଠାତା ସମାଜସେବୀ ତଥା ଶଙ୍ଖତ୍ରାସ ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷକ କୈଳାସ ବାସୀ ବରାଳଙ୍କର , ଆଜି ଶୁକ୍ରବାର ଦିନ ୧୧ ଟା ସମୟରେ ପାହାଳ ନିକଟସ୍ଥ ତାଙ୍କ ନୂଆପାଟଣା ବାସଭଵନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସେ କଟକ ସଦର ଅଞ୍ଚଳ ଫୁଲନଖରା , ତେଲଙ୍ଗାପେଣ୍ଠ , ଶଙ୍ଖତ୍ରାସ ଆଦି ଅଞ୍ଚଳରେ ନିଜ ଦିନ ବିତାଇଥିଲେ । ସେ ଜଣେ ସୁବକ୍ତା, ଗୁଣିଞାନୀ , ପରଉପକାରୀ ବ୍ୟକ୍ତି ଥିଲେ ।
ଶଙ୍ଖତ୍ରାସ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ସମୟରୁ , ସେ ଚାକିରୀରୁ ଅବସର ନେଇ ମଧ୍ୟ ସମାଜ ସେବା କାର୍ଯ୍ୟରୁ ନିଜକୁ ଦୂରେଇ ପାରିନଥିଲେ । ସ୍ଥାନୀୟ ଅଞ୍ଚଳରେ ବହୁ ଅନୁଷ୍ଠାନକୁ ସେ ଗଢ଼ିଥିଲେ। ତାଙ୍କର ନିଶ୍ୱ।ର୍ଥପର କାର୍ଯ୍ୟ ପାଇଁ ସେ କଟକ ସଦର ଅଞ୍ଚଳ ଗାନ୍ଧୀ ଭାବେ ସରକାରୀ ଏବଂ ବେସରକାରୀ ଲୋକଙ୍କ ମଧ୍ୟରେ ପରିଚିତ ଥିଲେ । ଆଜି ତାଙ୍କର ପରଲୋକ ହୋଇଯିବା କଥା ଶୁଣି ବହୁ ମାନ୍ୟଗଣ୍ୟ ବକ୍ତି ତାଙ୍କ ବାସଭଵନ ପହଞ୍ଚି କୈଳାସ ସାରଙ୍କୁ ଶେଷ ଦର୍ଶନ କରି ପୁଷ୍ପ ଗୁଛ ପ୍ରଦାନ କରିଥିଲେ । ତାଙ୍କ ମରଶରୀରକୁ ତାଙ୍କ ଜନ୍ମ ସ୍ଥାନ ବିଏମସି ୪ ନମ୍ବର ୱ।ର୍ଡ଼ର ପାହାଳ ନିକଟସ୍ଥ , ନୂଆପାଟଣା ଗ୍ରାମ ପରିକ୍ରମା କରି ତେଲଙ୍ଗାପେଣ୍ଠ ଗାନ୍ଧିସ୍ମୃତୀ ପୀଠକୁ ନିଆଯାଇଥିଲା ।
ସେଠାରେ ତେଲଙ୍ଗାପେଣ୍ଠ ଏବଂ ଆଖପାଖ ଅଞ୍ଚଳର ଲୋକମାନେ ଶେଷ ଦର୍ଶନ କରିଥିଲେ । ପରେ ଫୁଲନଖରା ଛକଠାରେ ସ୍ଥାନୀୟ ଶ୍ରୀଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଂପାଦକ ଠାକୁର ପ୍ରସାଦ ଦାସ , ଲକ୍ଷେଶ୍ୱର ହାଇସ୍କୁଲର ପୁରାତନ ଛାତ୍ର କାନନ ବିହାରୀ ନାୟକ , ଅମୂଲ୍ୟ କୁମାର ବାରିକ,ପ୍ରମୁଖ ଶେଷ ଦର୍ଶନ କରି ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରକୁ ନିଆଯାଇ ଥିଲା । ତାଙ୍କ ବଡ଼ପୁଅ କୃଷ୍ଣ ଚନ୍ଦ୍ର ବରାଳ ମୁଖାଗ୍ନି ଦେଇଥିଲେ । କୈଳାସ ସାରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖଳିଯାଇଛି । (କଟକ ରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)
No Result
View All Result