No Result
View All Result

କାହ୍ନୁ ଠାରୁ ବେଆଇନ ଅର୍ଥ ନେଇଥିବା ଜନସାଧାରଣ ପୋଲିସ ଙ୍କୁ ସେହି ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ଚାନ୍ଦପୁର (ରିପୋର୍ଟ /ଅଭିମନ୍ୟୁ ) :- ରଣପୁର ବ୍ଲକ ଚାନ୍ଦପୁର ଥାନା କାହ୍ନୁ ଚରଣ ପ୍ରଧାନ ବେଆଇନ ଟଙ୍କା ଯେଉଁ ସ୍ଥାନ ଗୁଡ଼ିକରେ ବିନିଯୋଗ କରିଛି ତାହା ଉପରେ ଚଢଉ ଆରମ୍ଭ କରିଛନ୍ତି ଚାନ୍ଦପୁର ପୋଲିସ । ବେଆଇନ ଭାବେ ଉପାର୍ଜିତ ଅର୍ଥ ରୁ କାହ୍ନୁ ୧୫ ଲକ୍ଷ ଟଙ୍କା ମଦ ରେ ବିନିଯୋଗ କରିଥିବା ଜଣାପଡିଛି । ସେଥିରୁ ୫ ଲକ୍ଷ ଟଙ୍କା ଲାଗିଛି ଚାନ୍ଦପୁର ପୋଲିସ ଙ୍କ ହାତରେ , ସେହି ୫ ଲକ୍ଷ ଟଙ୍କା କୋର୍ଟ ରେ ଦାଖଲ କରିଛନ୍ତି ପୋଲିସ , ରାଜ୍ୟ ସରକାରଙ୍କ ତହବିଲ ରେ ଡିପୋଜିଟ୍ ହେବ ବେଆଇନ ଟଙ୍କା ।
ଅଧିକରୁ ଅଧିକ ତଦନ୍ତ ପରେ କାହ୍ନୁ ର ବେଆଇନ ଅର୍ଥ ଖଣି , ମଦ ରେ ବିନିଯୋଗ କରିଥିବା ସ୍ଥାନକୁ ଅଚାନକ ଚଢଉ କରି ଆସୁଛନ୍ତି ଚାନ୍ଦପୁର ପୋଲିସ । ଏତଦ୍ ବ୍ୟତୀତ କାହ୍ନୁ ଠାରୁ ବେଆଇନ ଅର୍ଥ ନେଇଥିବା ଜନସାଧାରଣ ପୋଲିସ ଙ୍କୁ ସେହି ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି ଚାନ୍ଦପୁର ଥାନା ଅଧିକାରୀ ।।
No Result
View All Result