No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର )କଟକ :- କଟକ ମହାନଗର ନିଗମର କେତେ ଜଣ ଅସାଧୁ କର୍ମଚାରୀଙ୍କ ପାଇଁ ବଦନାମ ହେବାରେ ଲାଗିଛି । ଏନେଇ ବିଭିନ୍ନ ସମୟରେ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ , ପ୍ରତିବାଦ କରାଯିବା ସହ ଆନ୍ଦୋଳନ କରୁଥିବାର ନଜିର ରହିଛି । ଏବେ ସିଏମସିରେ ମଳବୁହା ସେସପ୍ଲସ ଟ୍ୟାଙ୍କର ଗାଡିର ନମ୍ବର ଜାଲିଆତି ଘଟଣା ଲୋକଲୋଚନକୁ ଆସିଛି ।
ଏହାକୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ୟମ କରାଯାଉଛି । ଗତ ଆଠ ମାସ ତଳେ ୧୦ଲକ୍ଷ୍ୟ ଟଙ୍କା ବ୍ୟୟରେ କିଣା ଯାଇଥିବା , ସେସପ୍ଲସ ମଳବୁହା ଟ୍ୟାଙ୍କରର ନମ୍ବର -OR-O5-Z-3562 ଅଟେ । ଦାୟିତ୍ୱର ଥିବା ଅଧିକାରୀଙ୍କ କାରସାଦି ଯୋଗୁଁ ପୁରୁଣା ଗାଡ଼ି ନମ୍ବର OR-O5 – Z- 3558 ରେ ଚାଲୁଥିଲା । ଗୋଟିଏ ନମ୍ବରେ ଦୁଇଟି ଗାଡ଼ିଚାଲୁଥିବା ପରିବହନ କର୍ମଚାରୀଙ୍କ, ଯାଞ୍ଚ ସମୟରେ ଧରାପଡିବାରୁ ଏହି ଘଟଣା ଜଣା ପଡ଼ିଲା । ସ୍ୱରେଜ ବୋର୍ଡ ପକ୍ଷରୁ ମଳ ପରିଚାଳନା ପାଇଁ ଏହି ଟ୍ୟାଙ୍କରକୁ ସିଏମସିକୁ ହସ୍ତାନ୍ତର କରାଯାଇଥିଲା ।
ଅସାଧୁ ଅଧିକାରୀଙ୍କ ଭୁଲ ପାଇଁ ଏତେ ଟଙ୍କାର ଗାଡ଼ିଟି କାର୍ଯ୍ୟ କ୍ଷମ ନହୋଇ ପଡି ରହିଲା ବେଳେ ଏହାର ଚାଳକ ଏବଂ ଖଲାସୀ ବସିବସି ଦରମା ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏହି ଅର୍ଥ ସଂପୃକ୍ତ ଅଧିକାରୀଙ୍କ ଦରମାରୁ ଭରଣା କରା ଯାଉ ବୋଲି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦାବି ହେଉଛି (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result