No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) କୋରାଇ :- କୋରାଇ ବ୍ଳକ ଅନ୍ତର୍ଗତ ତାହାରପୁର ପଂଚାୟତ ସ୍ଥିତ ବଳଦିଆମଠରେ ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ଉଦ୍ଯାପିତ ହୋଇଯାଇଛି । ଗ୍ରାମର ଜଗନ୍ନାଥ ପ୍ରେମୀ ସୁରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଚାଲିଥିବା ପୂଜାତ୍ସୋବ ସମ୍ପୂର୍ଣ୍ଣ କରୋନା କଟକଣା ନିୟମନୁଯାୟୀ କରାଯାଇଥିଲା । କେବଳ ବିଧି ରକ୍ଷା ପାଇଁ ପୂଜା କରାଯାଇ ନିରାଡ଼ମ୍ବରଭାବେ ପାଳନ କରାଯାଇଥିଲା ।

ସନ୍ତରା ଗ୍ରାମର ବିଶିଷ୍ଟ ପୂଜକ କାଳନ୍ଦୀ ଚରଣ ଦାଶ (କାଳିଆ ନନା) ଓ ଚାନ୍ଦମାର ଶ୍ରୀଧର ପଣ୍ଡା (ଟୁନିଆନନା) ପୂଜା କର୍ମ ସମ୍ପାଦନା କରିଥିଲେ । ପୂଜା କର୍ମରେ ଅନ୍ୟମାନଙ୍କ ମଧ୍ୟରେ ସୀତାରାମ ସାହୁ, ସରସ୍ୱତୀ ସ୍ୱାଇଁ, ସୁଖୀ ସାହୁ, ନବା ବିଶ୍ୱାଳ, ଜଗବନ୍ଧୁ ଦାଶ ପ୍ରମୁଖ ସହଯୋଗ କରିଥିଲେ ।
ଏଠାରେ ପୂଜିତ ଗିରତଗୋର୍ଦ୍ଧନଙ୍କ ଏକ ମନ୍ଦିର ନିର୍ମାଣ ପାଇଁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସ୍ଥାନୀୟ ବିଧାୟକ ଅଶୋକକୁମାର ବଳ, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result