ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) କୋରାଇ :- ବ୍ଳକ ଅନ୍ତର୍ଗତ ତଣ୍ଡରା ଗ୍ରାମ ନାକାନାଳ ଉପରେ ନିର୍ମାଣ କରାଯାଇଥିବା ବିଜୁ ସେତୁର ସ୍ଥାୟିତ୍ୱତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେତୁ କାର୍ଯ୍ୟକ୍ଷମର ମାତ୍ର କେଇଟା ଦିନ ନପରୁଣୁରୁ ସେତୁର ମଧ୍ୟମ ଭାଗରେ ରଡ଼ ଦେଖାଗଲାଣି । ଠିକାଦାର ଓ ଯବୀଙ୍କ ମଧ୍ୟରେ ସଲାସୁତରାରେ ନିମ୍ନମାନର କାର୍ଯ୍ୟ ଯୋଗୁ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ସେତୁ ମାତ୍ର ଅଳ୍ପ ଦିନମଧ୍ୟରେ କଂକ୍ରିଟ ଛାଡି ରଡ ଦେଖାଗଲାଣିକୁ ନେଇ ପଂଚାୟତ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହା ଉପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ, ଜିଲ୍ଲାପାଳ, କୋରାଇ ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏଥି ସହିତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ସୂଚନାଯୋଗ୍ୟଯେ, କୋରାଇ ବ୍ଲକର ଦକ୍ଷିଣରେ ପ୍ରବାହିତ ଖରସ୍ରୋତା ନଦୀର ଅବିବାହିକାରେ ଅବସ୍ଥିତ ତଣ୍ଡରା ପଂଚାୟତ । ନଦୀରେ ସାମାନ୍ୟ ବନ୍ୟା ହେଲେ ସଂପୂର୍ଣ୍ଣଭାବେ ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ ହୋଇଥାଏ ।
ବନ୍ୟାଯୋଗ୍ୟ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇଥାଏ । ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ୨୦୧୭ମସିହାରେ ତତ୍କାଳୀନ ବିଧାୟକ ଆକାଶ ଦାସନାୟକଙ୍କ ଜଣାଇବା ପରେ ଶ୍ରୀ ଦାସ ନାୟକଙ୍କ ଉଦ୍ୟମରେ ନାକାନାଳ ଉପରେ ଏକ ସେତୁ ନିର୍ମାଣ କରାଯାଇଥିଲା । ତାହା ୨୦୧୭ ଅଗଷ୍ଟ ମାସ ୩୧ତାରିଖରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ୫କୋଟି ୯୦ ୩୭ ହଜାର ଟଙ୍କାରେ ବ୍ୟାୟରେ ନିର୍ମିତ ସେତୁ ମାତ୍ର ଦୁଇବର୍ଷ ପରେ ଅର୍ଥାତ ୨୦୧୯ ଅଗଷ୍ଟ ମାସ ୨୯ ତାରିଖରେ ସେତୁର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା । ସେତୁଟି ପୂର୍ଣ୍ଣଙ୍ଗ ହୋଇଥିଲେ ବି ସେତୁକୁ ଲାଗି ସଂଯୋଗୀକରଣ ରାସ୍ତା ସମ୍ପୂ ଣ୍ଣ ର୍ ହୋଇନଥିବାରୁ ସେତୁରେ ଗମନା ଗମନ ହୋଇପାରିନଥିଲା ।
ଚଳିତ ବର୍ଷ ବର୍ଷା ଋତୁ ପୂର୍ବରୁ ସଂଯୋଗୀକରଣ ରାସ୍ତା ନିର୍ମିତ ହେିବାରୁ ଗମନା ଗମନ ସ୍ୱାଭାବିକ୍ ହୋଇଥିଲା । ସେତୁରେ ଗମନା ଗମନର କେଇଟା ମାସ ନପୁରୁଣୁ ଏବେ ସେତୁରେ ଲାଗିଥିବା ରଡ଼ ଦେଖା ଗଲାଣି । ସେତୁ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ କେତେକ ସ୍ଥାନରେ ଢଳେଇ ଉଠି ରଡ଼ ଦେଖାଗଲାଣି । ଲୋକେ ଯିବା ଆସିବାରେ ଅସୁବିଧା ହେବା ସହିତ ସେତୁର ସ୍ଥାୟିତ୍ୱତା ନେଇ ସନ୍ଦେହ ପ୍ରକଟ କରାଯାଇଛି । ଦିନକୁ ଦିନ ବିଭିନ୍ନ ସ୍ଥାନରେ ରଡ଼ ଦେଖା ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରିତି ଯୋଗୁ କାର୍ଯ୍ୟ ରଏପରି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଏହା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବା ସହ ବିଜିଲାନ୍ସ ବିଭାଗ ଦ୍ୱାରା କାର୍ଯ୍ୟାର ତଦନ୍ତ କରାଯିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)