No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) କଟକ :- କଟକସଦର ଥାନା ଅନ୍ତର୍ଗତ ପାଇକସାହି ଗ୍ରାମର ଜଗନ୍ନାଥ ପ୍ରସାଦ ବେହେରାଙ୍କର ଥିବା , ଓଆର -୦୨-ଏଫ-୧୬୪୭ ନମ୍ବର ବିଶିଷ୍ଟ ସିବିଜେଡ଼ ବାଇକ୍ ମଙ୍ଗଳବାର ବିଳମ୍ବିତ ରାତିରେ , କୌଣସି ଦୁରୃବୁତ୍ତ ଚୋରି କରି ଆଣିଥିଲା । ବାଇକରୁ ପେଟ୍ରୋଲ ସରିଯିବାରୁ ବାଇକଟିକୁ ପୁଲନଖରା ନିକଟସ୍ଥ , ପୁରୁଣା କାଚରାମାଳ ପୁରୀ ମେନ କେନାଲ ରାସ୍ତାର , ବୁଦାଳିଆ ଲଟା ଥିବା କେନାଲ କଡ଼କୁ ପକାଇ ଦେଇ ଚାଲି ଯାଇଥିଲା ।
ସେହି ରାସ୍ତାରେ ଯାତୟତ କରୁଥିବା କେତେକ ବ୍ୟକ୍ତି ସକାଳେ ଦେଖିବାକୁ ପାଇଥିଲେ । ବାଇକଟି ଏଭଳି ସ୍ଥାନରେ ପଡ଼ଥିବା ଦେଖି ସନ୍ଦେହ କରିଥିଲେ । ଖବର ପାଇ ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ, ସ୍ଥାନୀୟ କଂଗ୍ରେସ ୱ।ର୍ଡ଼ ସଭାପତି ସାମାଜିକ କର୍ମୀ , ପ୍ରଶାନ୍ତ କୁମାର ମହାନ୍ତି ଗ୍ରାମର ଯୁବକ ମାନଙ୍କ ସହିତ ସେଠାରେ ପହଞ୍ଚିଥିଲେ । ଏବିଷୟରେ ପ୍ରଶାନ୍ତ ମହାନ୍ତି ସ୍ଥାନୀୟ ଅଞ୍ଚଳର ସାମ୍ବାଦିକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ।
ଏବିଷୟରେ ଥାନାକୁ ଜଣାଇବା ପରେ , ସଦର ପୋଲିସ ଗତକାଲି ରାତିରେ ପାଇକସାହିର ଜଗନ୍ନାଥ ପ୍ରସାଦବେହେରା ନାମକ ଯୁବକଙ୍କର ଉକ୍ତ ବାଇକଟି ବୋଲି କହିଥିଲେ । ପରେ ପରେ ପିସିଆର ବାଇକରେ ଥାନାର ଜଣେ କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚି ବାଇକଟି କୁ ନେଇଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result