No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) ଛତ୍ରପୁର :- ଗତ ୧୨ ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ୍ କୁ ଧରି ଗଞ୍ଜାମ ପୋଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରି ଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୋଲିସ । ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ଥାନା ପୋଲିସ । ଏହି ଲୁଟେରାମାନେ ଆନ୍ତଃ ରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ ।
ଏହି ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ନଗତ ୨ଲକ୍ଷ ୭୦ହଜାର ଟଙ୍କା , ମୋବାଇଲ ଓ ଏଟିଏମ୍ କାର୍ଡ, ଗାଡି ଆରସି ବୁକ , ଦୁଇଟି ମୋଟର ସାଇକଲେ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୋଲିସ । ସୂଚନା ରୁ ପ୍ରକାଶ ଥାଉ କି ଚୋରକୁ ଧରି ଘଟଣାର ପଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ । ଗରିଫ ଦୁଇ ଜଣ ଲୁଟେରା ହେଲେ ଗଜପତି ଜିଲ୍ଲା ମୋହନାର ଚେରୁ ଓରଫ ସିମାଞ୍ଚ ସାହୁ ଓ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର । ଏମାନେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦୁଇ ଲୁଟେରାମାନେ ବିଶେଷକରି ବୟସ୍କ ଓ ଅଶିକ୍ଷିତ ଲୋକେ ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ଏଟିଏମ ବଦଳି କରିଥାନ୍ତି । ଏହି ଦୁଇ ଚୋର ଏଟିଏମ୍ କାଉଣ୍ଟର ସମ୍ମୁଖରେ ଠିଆ ହୋଉଥିବା ବେଳେ କୌଣସି ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଲେ ତାଙ୍କୁ ସାହାଯ୍ୟ କରିବା ବାହାନା ଦେଖାଉଥିଲେ । ଟଙ୍କା ଉଠାଇବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ପିନ ନମ୍ୱର ବା ପାସୱାର୍ଡକୁ ମନେ ରଖିଦେଇଥାନ୍ତି ।

ପରେ ଟଙ୍କା ବହାରିଲା ପରେ ଟଙ୍କା ଗଣିବାକୁ କହି ଏଟିଏମ୍ କାର୍ଡଟିକୁ ବଦଳାଇ ଦେଇଥାନ୍ତି । ଆଉ ଏହି ଏଟିଏମ କାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ । ଗଞ୍ଜାମ ଜିଲ୍ଲା ସମେତ ମାଲକାନଗିରି, ନୟାଗଡ଼ ଓ ନୂଆପଡା ଭଳି ଜିଲ୍ଲାରେ ପ୍ରାୟ ୧୯ଜଣଙ୍କୁ ଏଭଳି ଏଟିଏମ୍ କାର୍ଡ ବଦଳାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି । ଏହି ଦୁଇ ଲୁଟେରାଙ୍କଠାରୁ ନଗଦ ଦୁଇ ଲକ୍ଷ ୭୦ ହଜାର ଟଙ୍କା, ୧୦ଟି ଏଟିଏମ କାର୍ଡ, ଗୋଟିଏ ସୁନା ମୁଦି, ତିନୋଟି ମୋବାଇଲ ଫୋନ, ଗାଡି ଆରସି ବୁକ ଓ ଦୁଇଟି ମୋଟର ସାଇକଲେ ଜବତ କରଛି ପୋଲିସ । ଏନେଇ ଆଜି ଛତ୍ରପୁର ଥାନରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗାଁର ନିତେଇ ନାମକ ଜଣେ ବୟସ୍କ ବ୍ୟକ୍ତି ଗତ ୨୫.୯.୨୦୨୦ତାରିଖ ରେ ତାଙ୍କରି ବ୍ୟାଙ୍କ ଏକାଉଣ୍ଟରୁ ୬ ଲକ୍ଷ ୪ ହଜାର ୮ ଶହ ଟଙ୍କା କେହି ଦୁର୍ବୃତ୍ତ ଉଠାଇ ନେଇଛି । ଏହା ସହ ଛତ୍ରପୁର ଥାନା ଅନ୍ତର୍ଗତ ମାଧପୁର ଏସବିଆଇ ଏଟିଏମ୍ କାଉଣ୍ଟର ନିକଟରୁ ତାଙ୍କରି ଏଟିଏମ୍ କାର୍ଡକୁ କେହି ଜଣେ ବ୍ୟକ୍ତି ବଦଳାଇ ଦେଇଥିବା ଥାନାରେ ଗତ ଅକ୍ଟୋବର ୧୦ତାରିଖ ଦିନ ରିପୋର୍ଟ କରିଥିଲେ । ଏଭଳି ଏକ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଥିଲା ।
ଏଭଲି ଅଭିଯୋଗ ପାଇବା ପରେ ଗଞ୍ଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ କୁମାର ରାଏଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲେ । ଏହାକୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ମନିଟିରଂ କରୁଥିବା ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ଙ୍କୁ ସାମିଲ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଏଟିଏମ୍ କାଉଣ୍ଟରେ ସ୍ପାଏ ରଖାଯାଇ ବିଭିନ୍ନ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଲେ ସିସି ଟିଭି ଫୁଟେଜକୁ ଆଧାରକରି ଏହି ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ତେବେ କିଭଳି ଭାବେ ସେମାନେ ନୀରିହ ଲୋକଙ୍କୁ ଏଟିଏମଙ୍କୁ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ତାଙ୍କୁ ଟାର୍ଗେଟ କରି ଏଟିଏମ୍ କାର୍ଡ ତୁରନ୍ତ ବଦଳାଇ ଦେଉଥିଲେ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିଛନ୍ତି । (ରିପୋର୍ଟ/ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result