No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟ’ରେ ଭାରତ ସରକାର’ଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ପଞ୍ଚାୟତ-ରାଜ ଅଧିନସ୍ତ “ଦିଶା”ର ଗଜପତି ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି’ର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ , ଏହି କାର୍ଯ୍ୟକ୍ରମ’ରେ ଅଧ୍ୟକ୍ଷତା କରି ଗଜପତି ଜିଲ୍ଲା’ରେ ଥିବା ବିଭିନ୍ନ ବିଭାଗ’କୁ ବହୁ କେନ୍ଦ୍ରୀୟ ଯୋଜନା’ରେ କୋଟି କୋଟି ଟଙ୍କା ଆସି କାର୍ଯ୍ୟକାରୀ ହେଉଛି । ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲା’ର ବିକାଶ ଓ ଜିଲ୍ଲା’କୁ ଉନ୍ନତି ପଥ’ରେ ଆଗେଇ ନେବା ଲକ୍ଷ ପ୍ରତି ଦୃଷ୍ଟିରେ ରଖି ସ୍ୱଚ୍ଛତା ଓ ସମନ୍ୱୟ ରଖି କାର୍ଯ୍ୟ କରିବା’କୁ ପରାମର୍ଶ ଦେଇଥିଲେ ।
ଡ଼ିଆରଡ଼ିଏ:ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ, ବୈଠକ କାର୍ଯ୍ୟକ୍ରମ ପରିଚାଳନା କରି “ଦିଶା” ହେଉଛି ଦିଗଦର୍ଶନ । ସମସ୍ତ ବିଭାଗୀୟ ଅଧିକାରୀ , ସେମାନଙ୍କ ବିଭାଗ’କୁ କେତେ ପରିମାଣ’ର କେନ୍ଦ୍ରୀୟ ଯୋଜନା ଆସିଛି, କଣ ସବୁ କାମ ହୋଇଛି ଏବଂ ଏହା ଦ୍ବାରା ଅଞ୍ଚଳବାସୀ କେତେ ପରିମାଣ’ର ଉପକୃତ ହୋଇଛନ୍ତି , ତାହା ବୈଠକ’ରେ ଅବଗତ କରାଇବା ଏହାର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ । କମିଟି’ର ଆବାହକ ତଥା ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା, ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଲୋକାଭିମୁଖୀ କାର୍ଯ୍ୟ କରିବା, ହେଉଛି କେନ୍ଦ୍ର ସରକାର’ଙ୍କ ଏହା ଏକ ଭିଜନ । ବିଭିନ୍ନ ବିଭାଗ ମାଧ୍ୟମ’ରେ ଆସୁଥିବା କେନ୍ଦ୍ରୀୟ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ତାହା କେତେ ଓ କେଉଁଠାରେ କିଭଳି ଅଗ୍ରଗତି ହୋଇଛି, ସେସବୁ ଏହି ବୈଠକ’ରେ ଅବଗତ କରା ଯାଇଥାଏ ।
ଏହି ବୈଠକ’ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରା ପ୍ରମୁଖ ମଞ୍ଚଆସିନ ରହି ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ବେଳେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ , ଅନ୍ୟ ପକ୍ଷରେ ଯେଉଁ କାର୍ଯ୍ୟ କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବ, ସେଭଳି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରି ଏହା ହେଲେ “ଦିଶା’ର ପ୍ରକୃତ ଅର୍ଥ ଦିଗଦର୍ଶନ ସାଧିତ ହୋଇପାରିବ ବୋଲି କହିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ’ରେ ମୁଖ୍ୟତଃ ଭାବେ ବିଭିନ୍ନ ବିଭାଗ’କୁ ଆସିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା:- ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଜନା କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ , ସମନ୍ୱିତ ଶିଶୁ ବିକାଶ ଯୋଜନା , ସର୍ବଶିକ୍ଷା ଯୋଜନା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସ୍ୱଚ୍ଛ ଭାରତ ମିଶନ, ସାଂସଦ ଆଞ୍ଚଳିକ ବିକାଶ ପାଣ୍ଠି ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ବିଭାଗ ପକ୍ଷରୁ କସର୍ଯ୍ୟକାରୀତା ହେଉଥିବା କେନ୍ଦ୍ରୀୟ ଯୋଜନା’ର କାର୍ଯ୍ୟକାରିତା ଓ ସଫଳତା ଉପରେ ବୈଠକରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ’ରେ ସମସ୍ତ ବ୍ଲକ’ର ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ,ଏବଂ ବିଡ଼ିଓ ମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନା’ରେ ଅଂଶଗ୍ରହଣ କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result