ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) କୋରାଇ :- ଶନିବାର ପବିତ୍ର ଦୀପାବଳି ଅବସରରେ କୋରାଇର ଅଂଳରେ ଦୀପାବଳି ପର୍ବ ପାଳିତ ହୋଇଥିଲା ବେଳେ କେତେକ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମା’କାଳିଙ୍କର ପୂଜା ଆରମ୍ଭ ହୋଇଛି । ହେଲେ ବିଶ୍ୱମହାମାରୀ କରୋନା କଟକଣା ଲାଗି ମା’ କାଳିଙ୍କର ଅନୁଷ୍ଠିତ ପୂଜା ଉତ୍ସବ ଫିକା ପଡିଯାଇଛି । ହେଲେ ଗାଁର ପରମ୍ପରା ଓ ଲୋକବିଶ୍ୱାସ ଅନୁଯାୟୀ ଆଲୋକର ପର୍ବ
ଦୀପାବଳି ଅବସରରେ ପୟାଶ୍ରଦ୍ଧ ଲାଗି ଗାଁ ଗହଳିରେ ପୂର୍ବପୁରୁଷଙ୍କ ନିମନ୍ତେ ପିଣ୍ଡଦାନ ଓ ରାତିରେ କାଉଁରିଆ କାଠି ଜାଳି ‘ବଡ ବଡୁଆ ହୋ.. ! ଅନ୍ଧାରରେ ଆସ ଆଲୁଅରେ ଯା’… ଆବାହନି କରୁଥିବା ଶବ୍ଦରେ ଗାଁ ହୋଇଛି ପ୍ରକମ୍ପିତ । କରୋନା କଟକଣା ଅନୁଯାଇ ବାଣଫୁଟା ପ୍ରଶାସନପକ୍ଷରୁ ନିଷେଧ କରାଯାଇଥିବାରୁ ଦୁଆରେ ଦୀପଜାଳି ଫୁଲଝରୀ ଜଳାଇ ଉତ୍ସବକୁ କେବଳ ବିଧିମତେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । 
© 2023 Odisha Taza News.