No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) କୋରାଇ :- ଶନିବାର ଠାରୁ କୋରାଇ ବ୍ଳକ ଅନ୍ତର୍ଗତ ଧନେଶ୍ୱର ପଂଚାୟତ ସ୍ଥିତ ୨୦ନମ୍ବର ଜାତୀୟ ରାଜପଥର ଆଲିଆ ଠାରେ କାଳୀ ପୂଜା କମିଟ ପକ୍ଷରୁ ୪୧ମ ବାର୍ଷିକ କାଳୀ ପୂଜା ଅନୁଷ୍ଠିତ ହୋଇଛି । ଶନିବାର ଠାରୁୁ ଶୋଡଷପୂଜା ଉପଚାର କରାଯିବା ପରେ ରବିବାର ମା’ଙ୍କ ନିକଟରେ୧୦୮ଆହୂତି ଦିଆଯାଇଥିଲା ।
ବିଶ୍ୱମହାମରୀ କରୋନା କଟକଣା ଲାଗି କେବଳ ୫/୬ଜଣ ବ୍ରହ୍ମଣଙ୍କ ଦ୍ୱାରା ରୀତିନୀତି ଅନୁଯାଇ ମା’ଙ୍କ ପୂଜାର୍ଚ୍ଚନା ଲାଗିରହିଥିଲା ବେଳେ ଦର୍ଶକ ବିନା ମଣ୍ଡପ ଫାଙ୍କା ରହିଛି । ଅନୁଷ୍ଠିତ ପୂଜାରେ କର୍ତାଭାବେ ଅଜୟକୁମାର ବୋଇତେଇ ବସିଥିଲା ବେଳେ ଚନ୍ଦ୍ରମଣି ବେହେରା, ଅର୍ଜ୍ଜୁନ ସାହୁ, ନାରାୟଣ ଭୂୟାଁ, ଧରଣୀଧର ବୋଇତେଇ ପ୍ରମୁଖ କମିଟିର କର୍ମକର୍ତା, ସଦସ୍ୟ ଓ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗିତା କରୁଛନ୍ତି ।
ସହିପରି କୋରାଇ ଅଂଚଳର ବଟିରା, ଜହ୍ନା, ପୂର୍ବକୋଟ, ଶଙ୍ଖଚିଲା, ବରୁଣ୍ଡାଇ, କୋରାଇ ଆଦି ତାର ଆଖପାଖ ଅଂଚଳରେ ପ୍ରାୟ୧୦ରୁ ଊଦ୍ଧ୍ୱ୍ୱର୍ ସ୍ଥାନରେ କାଳୀପୂଜା କରୋନା ଜନିତ କଟକଣା ଅନୁଯାୟୀ କେବଳ ବିଧିମତେ ପୂଜାର୍ଚ୍ଚନା କରାଯାଇଛି । ପ୍ରତିବର୍ଷପରି ଚଳିତବର୍ଷ ଦର୍ଶକଙ୍କୁ ଅକୃଷ୍ଟ କରୁଥିବା ବରୁଆଳି ମୂର୍ତିପ୍ରଦର୍ଶିତ କରାଯାଇ ନାହିଁ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ
ରିପୋର୍ଟ)
No Result
View All Result