କଟକ ଜିଲ୍ଲା (ଓଡିଶା ତାଜା ନିଉଜ୍) ମାହାଙ୍ଗା ର ନେମାଳ,୧୬ ଜାନୁଆରୀ୨୦୨୦: – ଆଜି ବ୍ୟାଧିରେ ପରିଣତ ହେଲାଣି ଦୁଷ୍କର୍ମ, ଥମିବାର ନା ଧରୁନି । ଯେତେ ଆଇନ୍ କଡାକଡି ହେଲେ ମଧ୍ୟ ଏଥିରୁ ନିବୃତ୍ତ ହେଉନାହାନ୍ତି ଏହି ଭଳି ନିମ୍ନ ମାନସିକ ଅଭିଯୁକ୍ତ ମାନେ। ନାବାଳିକାଙ୍କ ଉପରେ ହିଂସା ଏଭଳି ବଢ଼ି ଚାଲିଥିବା ବେଳେ, ଆଉ ଏକ ଦୁଃଖଦ ଖବର ଆସିଛି କଟକ ଜିଲ୍ଲା ନେମାଳ ଥାନା ତରତ ଶାସନ ପଞ୍ଚାୟତ ଅଞ୍ଚଳରୁ ।
ସୂଚନା ମୁତାବକ ଗତ ୧୩ ତାରିଖ ରେ ୨୨ ବର୍ଷୀୟ ଯୁବକ ତପନ ପରିଡା ଓରଫ୍ ତପୁଆ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ୯ ବର୍ଷୀୟ ନାବାଳିକା କୁ ନିକଟସ୍ଥ ସ୍ମଶାନରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ନାବାଳିକାର ମା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଭିଯୋଗକୁ ଆଧାର କରି ଥାନାରେ କେସ୍ ନମ୍ବର 4/20 ରେ ମାମଲା ରୁଜ୍ଜୁ କରିବା ସହିତ ଧାରା IPC 376 AB , 294 ଓ ପୋକ୍ସୋ ସେକ୍ସନ 6 ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହିତ 164 crpc ରେ ନାବାଳିକାର ବୟାନ ରେକର୍ଡ କରିଛି। କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ବି ନେମାଳ ପୋଲିସ କୌଣସି ଟେର ପାଉନି ଅପରାଧୀର । ଗତ ୧୩ ତାରିଖ ରାତିରେ ନେମାଳ ପୋଲିସକୁ ପୀଡ଼ିତା ସଂପର୍କୀୟ ଫୋନ୍ ଯୋଗେ ଘଟଣା ଜଣାଇଥିଲେ ବି ପୋଲିସର କୋହଳ ମନୋବୃତ୍ତିରୁ ଦୁଷ୍କର୍ମକାରୀ ଖସି ଯିବାକୁ ସକ୍ଷମ ହୋଇଥଲା ବୋଲି ଚର୍ଚ୍ଚା ଜୋର ଧରିଛ । ଆଉ ଏବେ ପୋଲିସର ବଡ଼ ବାବୁମାନେ କହୁଛନ୍ତି ଖୁବଶୀଘ୍ର ଅଭିଯୁକ୍ତ ଧରା ହେବ ।
ପ୍ରଶ୍ନ ଉଠୁଛି “ହାତ ପାଣି କହୁଣୀ ଯାଏଁ ବୋହିବାକୁ ପ୍ରଶୟ ଦେଲା କିଏ ? ତେବେ ରାଜନୈତିକ ଚାପରେ ଅଭିଯୁକ୍ତକୁ ଖସାଇ ଦେବାକୁ ଚେଷ୍ଟା କରୁଥିବା ପ୍ରତିକ୍ରିୟା ରେ କହିଛନ୍ତି ପିଡିତାର ପରିବାର। ତେଣୁ ଏବେ ଏ ଗରିବ ପରିବାର ଆଉ ବାପା ଛେଉଣ୍ଡ ନାବାଳିକା ପୀଡ଼ିତା ଝିଅକୁ ନ୍ୟାୟ ମିଳିବ ତ ? ଏହି ଭଳି ବାରମ୍ବାର ନେମାଳ ଥାନା ଅଂଚଳରେ ନାବାଳିକା ଦୁଷ୍କର୍ମ ବଢିଚାଲିଥିବା ବେଳେ ପୋଲିସ କେବଳ ମାମଲା କରି ବାହାବା ନେଉଥିବା ବେଳେ ଆଉ ଏ ଭଳି ଘଟଣା କେମିତି ଆଉ ପୁନରାବର୍ତ୍ତି ନହେବା ସେଥିନେଇ ସଚେତନତା କାର୍ଯ୍ୟକ୍ରମର ଅଭାବ ପରିଲକ୍ଷିତ ହେଇଛି ବର୍ଷକ ଭିତରେ ତିନି ଚାରିଟି ଏଭଳି ଘଟଣା ଘଟିବା ପୋଲିସର ପାରିବ ପଣିଆକୁ ନେଇ ପ୍ରଶ୍ନ ଉଠିଛି……ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ