No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପରିସର’ରେ ଥିବା ଏନଆଇସି ତଥା ଜିଲ୍ଲା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଗଣ-ମାଧ୍ୟମ ଦିବସ-୨୦୨୦ କୋଭିଡ-୧୯ କଟକଣା ଯୋଗୁଁ ଭିଡିଓ କନଫରେନ୍ସ’ର ୱେବିନାର କାର୍ଯ୍ୟକ୍ରମ ମାଧ୍ୟମ’ରେ ଅନୁଷ୍ଠିତ ହୋଇଯାଇଛିl ପ୍ରଥମେ ଗଜପତି ଜିଲ୍ଳାର ଦୁଇଜଣ କୋରନା ଯୋଦ୍ଧା ବରିଷ୍ଠ ସାମ୍ୱାଦିକ କେ. ସିଏଚ. ରତ୍ନମ ଏବଂ ନାବିନାନନ୍ଦ ଗନ୍ତାୟତ ଙ୍କ କୋରାନା ରେ ବିୟୋଗ ହୋଇଯାଇଥିଲା l ସେ ଦୁହିଁଙ୍କ ସମ୍ମାନ ଜଣାଇବା ଉଦ୍ଧେଶ୍ୟରେ ଦୁଇମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l

ଜିଲ୍ଲାପାଳ ଶ୍ରୀ ଅନୁପମ ଶାହା , ଏହି କାର୍ଯ୍ୟକ୍ରମ’ରେ ଯୋଗଦେଇ କୋଭିଡ-୧୯ ସମୟରେ ଏହାର ପରିଚାଳନା ଓ ନିୟନ୍ତ୍ରଣ କ୍ଷେତ୍ର’ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଶେଷ ଭୂମିକା ରହିଥିଲା । ପ୍ରତିଦିନ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସମ୍ବାଦ ପରିବେଷଣ କରିବା ଫଳରେ ଜିଲ୍ଲା ପ୍ରଶାସନ , ଜିଲ୍ଲାରେ କୋଭିଡ଼ ନିୟନ୍ତ୍ରଣ ପରିଚାଳନା’ରେ ସଫଳ ହୋଇ ପାରିଛନ୍ତି , ନଚେତ ଅତ୍ୟନ୍ତ କଷ୍ଟସାଧ୍ୟ ହୁଅନ୍ତା ବୋଲି କହି ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗକୁ ଏହିଭଳି ସହଯୋଗ ରହିବା ସହ ସମସ୍ତେ କୋଭିଡ ନୀତିନିୟମ ମାନିଚାଲିବେ ବୋଲି କହିଥିଲେ ।
ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୋଭିଡ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେନିଜ ଜୀବନକୁ କି କରୋନା ସଂକ୍ରମଣ ପ୍ରତି କୋଣସି ଭ୍ରୁକ୍ଷେପ ନ କରି ସବୁ ଅଞ୍ଚଳ’ରେ ପହଞ୍ଚି ଅନେକ ଖବର ଆଣି ଲୋକଙ୍କୁ ସଚେତନ କରାଇବା ସହ ଜିଲ୍ଲା ପ୍ରଶାସନ’ଙ୍କ ଦୃଷ୍ଟିକୁ ଆଣି ପାରୁଛନ୍ତି । ଯେଉଁଥିରେ କି ସମାଜ ବିଶେଷ ଭାବେ ଉପକୃତ ହୋଇ ପାରୁଛି । ପ୍ରକୃତ’ରେ ଗଣ-ମାଧ୍ୟମ ଶାସକ , ପ୍ରଶାସକ ଓ ସମାଜ ମଧ୍ୟରେ ଏକ ଯୋଗ-ସୂତ୍ରକାରୀ ଭାବେ ରହିଆସିଛି ବୋଲି କହିଥିଲେ ।
ଏସୟୁଜେ: ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କୋଭିଡ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଯେଉଁସବୁ ଖବର ବା ସମ୍ବାଦ ପରିବେଷଣ କରୁଥିଲେ , ସେଥିପାଇଁ ଜନସାଧାରଣ କୋଭିଡ ଉପରେ ଅତ୍ୟନ୍ତ ସଜାଗ ହୋଇ ରହିଆସିବା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ସେହି ଉପରେ ଆବଶ୍ୟକ ସତର୍କତା ଓ ସାବଧାନତା’ର ଟିପସ ଦେଇ ପାରୁଛନ୍ତି ।ତେଣୁ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ ପରିଚାଳନା କ୍ଷେତ୍ରରେ ଉତ୍ତମ ସମନ୍ୱୟ ରକ୍ଷା ହୋଇ ପାରୁଥିବା ଯୋଗୁଁ ଆଜି ଜିଲ୍ଲା’ରେ କୋଭିଡ ପରିଚାଳନା କ୍ଷେତ୍ରରେ ସଫଳ ହୋଇ ପ୍ରଶାସନ’ର ନିୟନ୍ତ୍ରଣ’ରେ ରହିପାରିଛି ବୋଲି କହିଥିଲେ । ଗଜପତି ଜିଲ୍ଲାରେ ଏକ ପ୍ରେସ କ୍ଲବ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ l

ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇ ସାମ୍ବାଦିକ ମାନଙ୍କୁ ନେଇ ଜିଲ୍ଲାରେ ଜିଲ୍ଲା ପ୍ରଶାସନ’ର ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇ ପାରୁଛି ବୋଲି କହିଥିଲେ ।
ଏହି ୱେବିନାର କାର୍ଯ୍ୟକ୍ରମ’ରେ ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ଦ୍ଵିଜେନ ପାଢ଼ୀ, ଦେବାଶିଷ ପାଢ଼ୀ (ମିଟୁ), ରୂପେଶ ସାହୁ, ପ୍ରଦୀପ ନାୟକ, ବାସୁଦେବ ଦାସ, ବସନ୍ତ ପଣ୍ଡା , ରମେଶ ଚନ୍ଦ୍ର ପାତ୍ର,ଶ୍ରୀକାନ୍ତ ମହାରଣା ସମେତ ଅନ୍ୟାନ୍ୟ ସାମ୍ବାଦିକ ମାନେ ଲିଙ୍କ’ରେ ଜୁଡି ହୋଇ, “କୋଭିଡ-୧୯ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା” ସମ୍ପର୍କ’ର ବିଭିନ୍ନ ଦିଗ ଉପରେ ନିଜର ସ୍ବ-ଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଭିଡିଓ କନଫାରେନ୍ସ’ ହଲ ତଥା ୱେବିନାର’ରେ ଏନଆଇସି’ର ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ଟିଏନସି : ମୂର୍ତ୍ତି, ଡିସିପିୟୁ : ଜିଲ୍ଲା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result