No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର ) ଓଡ଼ଗାଁ :- ଓଡ଼ଗାଁ ଠାରୁ ମାତ୍ର ୭ କିଲୋମିଟର ଦୂର ଜାମୁପାଟଣା ସ୍ଥିତ ପ୍ରସିଦ୍ଧ ବାବା ଦୂତୀକେଶ୍ଵର ପୀଠ ରହିଛି । ଏହା ପାହାଡ଼ ର ଏକ ପାର୍ଶ୍ୱ ରେ ଅବସ୍ଥିତ । ୧୨ ମାସ ଯାକ ଏଠି ଭକ୍ତ ଙ୍କ ଭିଡ଼ ଲାଗି ରହିଥାଏ । ହେଲେ ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ସୋମବାର ସହ ସଂକ୍ରାନ୍ତି । ମହାଦେବଙ୍କ ପୀଠ ଚଳଚଞ୍ଚଳ ରହିବା କଥା । କିନ୍ତୁ ଭକ୍ତ ଶୂନ୍ୟ ହୋଇପଡ଼ିଛି ମନ୍ଦିର ।

ସୋମବାର ଓ ସଂକ୍ରାନ୍ତି ରେ ମନ୍ଦିର ଖାଁ ଖାଁ ଲାଗୁଛି । ପ୍ରତିଦିନ ମନ୍ଦିର ଭୋର ଭୋର ୪ଟା ସମୟରୁ ଖୋଲାଯାଇ ନୀତିକାନ୍ତି ଆରମ୍ଭ ହୁଏ । ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ଗୋଦାବରୀଶ ମିଶ୍ରଙ୍କ ସହ ଅନେକ ପୂଜକ ଅଛନ୍ତି । ଦୂତୀକେଶ୍ଵର ପୀଠ ରେ ପ୍ରତି ବର୍ଷ କାର୍ତ୍ତିକ ମାସ ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଭକ୍ତ ବିନା ମହାଦେବ ପୂଜାର୍ଚ୍ଚନା ଜାରି ରହିଛି ।

ମହାମାରୀ କରୋନା ପାଇଁ ରାଜ୍ୟ ସରକାର ମନ୍ଦିର ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ମାସ ହେବ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତ ଭଗବାନ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମନ୍ଦିର ଖୋଲିବା ସହ ମହାଦେବଙ୍କ ଦର୍ଶନ ପାଇବା ପାଇଁ ଭକ୍ତମାନେ ଦାବି କରୁଛନ୍ତିି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result