No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ଶନିବାର ) ଗଜପତି :- ପାରଳାଖେମୁଣ୍ଡି ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଯୋଗଦେଇ କାର୍ଯ୍ୟଳୟ ପରିସରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିଲେ l
ଭାରତର ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜବାହରଲାଲ ନେହେରୁ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ବିକାଶ ଦିଗରେ ସେ ଯେଉଁ ପଦକ୍ଷେପ ତାକୁ ଭାରତ ବାସି କେବେବି ଭୁଲି ପାରିବେ ନାହିଁ l ଏହି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କୁନା ମାଝୀ, ବାପି ପଣ୍ଡା ସମେତ ବହୁ କଂଗ୍ରେସ କର୍ମୀ ଭାଗ ନେଇଥିଲେ l (ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result