No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ନଭେମ୍ବର , ଶୁକ୍ରବାର ) ଗଞ୍ଜାମ :- ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ବୈଠକରେ ଭିଡିଓ କନଫେରସିଂରେ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଯୋଗ ଦେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଚାଷୀଙ୍କ ଠାରୁ ଧାନ ଯେମିତି ସଠିକ ରୂପେ ସଂଗ୍ରହ ହୋଇପାରିବ ଏବଂ ଟୋକେନ ବ୍ୟବସ୍ଥା ଏବଂ ଚାଷୀଙ୍କୁ ଅର୍ଥ ସଠିକ ଭାବରେ ଯେମିତି ଯୋଗାଇ ଦିଆଯିବ ସେ ବିଷୟରେ ବୈଠକରେ ଆଲୋଚନା କରିଛନ୍ତି ବିଧାୟିକା ।

ବେଗୁନିଆପଡା ବ୍ଲକର ସୁମଣ୍ଡଳ ଠାରେ ଥିବା ଆରଏମସି ଗୋଦାମ ଗୃହ ନିର୍ମାଣ ହେବାଠାରୁ କାର୍ଯ୍ୟକ୍ଷମ ହୋଇନଥିବା କଥା କହିଥିଲେ ବିଧାୟିକା ଏଣୁ ଏହାକୁ ଚାଷୀମାନଙ୍କ ଉଦ୍ୟେଶରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟିକା । ଏଥିସହ ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ ଯେମିତି କୌଣସି ଚାଷୀ ଅସୁବିଧାର ସମୁଖୀନ ନହୁଏ ଏଥିପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ।
No Result
View All Result