No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) କୋରାଇ :- ଯାଜପୁର ଜିଲ୍ଲା ଗାଁ ସାଥୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୮ଦଫା ଦାବିକୁ ଶେଷରେ ଜିଲ୍ଲା ପ୍ରଶାସନ ଗ୍ରହଣ ନେଇ କରିଛି । ସେମାନଙ୍କ ମାସିକ ୧୦ଦିନର କାର୍ଯ୍ୟ ମିଳିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏନେଇ ଗାଁ ସାଥୀଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି । ଜିଲ୍ଲା ପ୍ରକଳ୍ପ ନର୍ଦ୍ଦେଶକ ଙ୍କ ପତ୍ର ସଂଖ୍ୟା ୭୫୧୨ ମାଧ୍ୟମରେ ଜିଲାର ସମସ୍ତ ବିଡିଓ ମାନଙ୍କୁ ଅବଗତ କରା ଯାଇଥିବା ସୂଚନା ମିଳିଛି । ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପକ୍ଷରୁ ପ୍ରଦତ କରାଯାଇଥିବା ନିର୍ଦ୍ଦେଶ ସମ୍ପର୍କରେ କୋରାଇ ପଂଚାୟତ ସମିତି ସଭାଗୃହରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କ ସମେତ ବ୍ଲକ୍ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଗାଁ ସାଥୀମେଟଙ୍କ ସମସ୍ୟା ଉପରେ ଆଲୋଚନ କରିଥିଲେ ।

ସଂଘର ୮ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇ ଗାଁ ସାଥୀଙ୍କୁ ମାସିକ ଅନୁନ୍ୟ ୧୦ଦିନ କାର୍ଯ୍ୟ ଓ ବର୍ଷକୁ ସର୍ବନିମ୍ନ ଶହେ ଦିନର କାର୍ଯ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏତଦ୍ ଭିନ୍ନ ଗାଁ ସାଥୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ନୂତନ ପରିଚୟ ପତ୍ର ପ୍ରଦାନ, ପଂଚାୟତ ଜରିଆରେ ସେମାନଙ୍କୁ ସର୍ଭେକ୍ଷଣ ପାଇଁ ସ୍ୱତନ୍ତ୍ର ଚିଠି କରିବା ସହିତ ପ୍ରତି ମାସିକିଆ ବୈଠକରେ ଉପସ୍ଥିତ ରହିବାକୁ ଅବଗତ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିବା ଜଣାପଡିଛି । ବୈଠକରେ ସଂଘର ସଭାପତି ସୁଶାନ୍ତ କୁମାର ଜେନାଙ୍କ ସମେତ ମଧୁସୂଦନ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ -ରଶ୍ମିରେଖା ମଲ୍ଲିକ)
No Result
View All Result