No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଗୁରୁବାର )ଗଜପତି :- ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ଦୀର୍ଘ ଦିନ ଚୋରାରେ ଗୁଟୁକା ବିକ୍ରୀ କରି ଆସୁଥିବା ଜଣେ ବ୍ୟବସାୟୀଙ୍କ ଘରେ ବିପୁଳ ପରିମାଣ ର ଗୁଟିକା ଗଛିତ ଥିବା ଖବର କାଶୀନଗର ପୋଲିସ କୌଣସି ସୂତ୍ର ରୁ ପାଇ ଗୁଟୁକା ଗୋଦାମ ଉପରେ ଚଢ଼ାଉ କରିଥିଲା | ଦୀର୍ଘ ଦିନ ରୁ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ତ୍ରିପତି ପାତ୍ରଙ୍କ ଘରେ ଥିବା ୫୦ ବସ୍ତା ଗୁଟୁକା ଜବତ କର ଯିବା ସହ ବ୍ୟବସାୟୀ ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଛି | ଏହି ଗୁଟୁକାର ଦାମ ପାଖ ପାଖି ୬୦,୦୦୦ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କାଶୀନଗର ପୋଲିସ ପକ୍ଷରୁ ପ୍ରକାଶ ପାଇଛି ରାଜ୍ୟ ସରକାର ରାଜ୍ୟରେ ଗୁଟକା ବିକ୍ରୀ କୁ ନିଷେଧ କରିଥିବା ବେଳେ କେତକ ବ୍ୟବସାୟୀ ଚୋରାରେ ଗୁଟକା ଆଣି
ଏହି ବ୍ୟବସାୟ କରି ମାଲାମାଲ ହେଉ ଥିବା ବେଳେ ଏହି ଗୁଟକା ସେବନ କରି ବହୁ ଲୋକ କେନ୍ସର୍ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ଦେଖି ବାକୁ ମିଳୁଛି l ଏ ନେଇ କାଶୀନଗର ଥାନାରେ କେଶ ନଂ ୧୦୫/୨୦ ଦଫା ୪୨୦,୨୭୨,୨୭୩ ଓ ଆଇ ପି ସି ୨୦ ଅନୁସାରେ ମାମଲା ରୁଜୁ କରାଯାଇଛି |କାଶୀନଗର ଥାନାରେ ରେ ନୂତନ ଭାବେ ଜଇନ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଷ୍ଟାଫ ମାନଙ୍କ ଅନୁକୂଲ୍ୟ ରେ ଚଢ଼ାଉ କରାଯାଇଥିଲା | ଥାନା ଅଧକାରୀ ଶ୍ରୀ ସାହୁ କହିଛନ୍ତି ଯେ ଏଭଳି ବେଆଇନ କାରବାର କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | କାଶୀନଗର ଥାନା ଅଧିକାରୀ ଙ୍କ ଏହି ଚଢ଼ାଉ ଏ ଅଞ୍ଚଳରେ ଗୁଟକା ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆ ଭାୟ ଖେଳାଇ ଦେଇଛି l (ରିପୋର୍ଟ -ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result