No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଗୁରୁବାର )କଟକ :- କଟକ ମାଲଗୋଦାମରୁ ନକଲି ଗ୍ରୋସରୀ ସାମଗ୍ରୀକୁ , ବୁଧବାର ଦିନ ଜବତ କରିଛି ମାଲଗୋଦାମ ଥାନା ପୋଲିସ୍ । ଏହି କାରବାରରେ ସଂପୃକ୍ତ ତିନି ଜଣଙ୍କୁ ଅଟକ ରଖି ଅଧିକ ତଥ୍ୟ ଜାଣିବା ପାଇଁ ପଚରାଉଚରା ଚଳାଇଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଧରାପଡିଥିବା ବ୍ୟକ୍ତିମାନେ ହେଲେ , କଟକ ଜିଲ୍ଲା ଗୋବିନ୍ଦପୁର ଥାନା, ନାହାଳପୁର ନିକଟସ୍ଥ ଗୁଣାଦୋଳ ଗ୍ରାମର, ୩୪ ବର୍ଷୀୟ ସଚ୍ଚିଦାନନ୍ଦ ସାହୁ , ସଚ୍ଚିଦାନନ୍ଦ କଟକର ସାର୍ତ୍ତୋଳରେ ରହୁଥିଲା । ଅନ୍ୟ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଲା ବାଲିପଦରର ଥାନା ଗୌଡିଆବରଦା ଗ୍ରାମର ୬୬ ବର୍ଷର ଯୁଦ୍ଧିଷ୍ଟିର ଜେନା , ଯୁଦ୍ଧିଷ୍ଟିର କଟକ ର ଶିଖରପୁର ବଟ ସାହିରେ ରହୁଥିଲେ । ଅନ୍ୟ ଜଣେ ହେଲେ କଟକ ଜଗତପୁର ଥାନା ନିମପୁର ଗ୍ରାମର ସେକ୍ ମିର୍ଜା , ମିର୍ଜା ଯୋବ୍ରା ଅଞ୍ଚଳର ମୁରାଦପାଟଣାରେ ରହୁଥିଲା । କଟକ ମାଲଗୋଦାମର ନା ଓଡିଆ ଏବଂ ବାହାର ରାଜ୍ୟରେ ରହିଛି । ଏଠାକୁ ଦୈନଦିନ ଓଡ଼ିଶା ଏବଂ ବିଭିନ୍ନ ରାଜରୁ ଖାଉଟି ସାମଗ୍ରୀ ବିକ୍ରୀ ପାଇଁ ଆସିଥାଏ ।
ଏଠାରୁ ଅନ୍ୟ ସ୍ଥାନକୁ ଖାଉଟି ସାମଗ୍ରୀ ବିକ୍ରି ପାଇଁ ବ୍ୟବସାୟୀ ମାନେ ଆସି କିଣି ଥାନ୍ତି । ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟକ୍ତି ନିଜର ଲାଭପାଇଁ ନିମ୍ନମାନର ସାମଗ୍ରୀକୁ ଅସଲି ଦାମରେ ବିକ୍ରୀ କରିଥାନ୍ତି । କଟକ ମାଲଗୋଦାମରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବହୁ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା । ତେବେ ବିଶେଷ ସୁତ୍ରରୁ ଖବର ପାଇ ଏ ସି ପି ଅମରେନ୍ଦ୍ର ପଣ୍ଡା ଏବଂ ଆଇ ଆଇ ସି ରବି ନାରାୟଣ ଭଞ୍ଜ ତାଙ୍କ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି , ଭେଜାଲ କାରବାର ଚାଲିଥିବା ଗୋଦାମ ଉପରେ ହଠାତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିପୁଳ ପରିମାଣରେ ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା, ଧନିଆ, ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ଆଦି ଅପମିଶ୍ରିତ ସାମଗ୍ରୀ କୁ ଜବତ କରିଛି ମାଲ ଗୋଦାମ ପୋଲିସ୍ । ଏହିସବୁ ସାମଗ୍ରୀ ମାଲଗୋଦାମ ସମେତ ଅନ୍ୟ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଥିବାର ଖବର ପାଇଛି ପୋଲିସ୍ । ଜବତ ସାମଗ୍ରୀର ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଘଟଣାରେ ତିନିଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ମାଲଗୋଦାମ ଥାନା ପୋଲିସ୍ । (ରିପୋର୍ଟ -ଅମୂଲ୍ୟ କୁମାର ବାରିକ)
No Result
View All Result