No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) ବରୀ :– ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡା ଗ୍ରାମ ପଞ୍ଚାୟତ ଏବଂ ଗମୁ ଠାରେ ଥିବା ସୁଇଜଗେଟକୁ ଇଲେକ୍ଟ୍ରି ଦ୍ୱାରା ସ୍ଵୟଂ ଚାଳିତ କରାଇବା ଏବଂ ବ୍ରହ୍ମଣୀ ଓ ବିରୂପା ନଦୀକୂଳ ଘେରିବନ୍ଧ ଯାଇଥିବା ଜମି ମାଲିକ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ବରୀ ବିଧାୟିକା ଶ୍ରୀମତୀ ସୁନଦା ଦାସ, ମାନ୍ୟବର ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ସହ ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତକରି ଜଳ ନିଷ୍କାସନ ଓ ଜଳ ସଚେତନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କୁ ଜଣାଇଲେ । ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ତଥା ସଂଯୋଜକ ଆମର ପ୍ରିୟ ନେତା ଦେବେନ୍ଦ୍ର ଦାସ , ବରୀ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ତଥା ୨୧ନଂ ଜୋନ୍ ଜିଲ୍ଲାପରିଷଦ ଅଶୋକ କୁମାର ସାମଲ ,
ବରୀ ବ୍ଲକ ସଭାପତି କେଦାର ଚନ୍ଦ୍ର ସାମଲ, ବରୀ ବ୍ଲକ ଯୁବ ସଭାପତି ରଞ୍ଜନ କୁମାର ପଣ୍ଡା,ବରୀ ବ୍ଲକ ଛାତ୍ର ସଭାପତି ଶ୍ରୀମାନ ସଦିଛା ସାମଲ ,ବରୀ ବିଜୁ ଯୁବ ବାହିନୀ ସଭାପତି ବିରେନ କୁମାର ରାଉତ, ମହାକାଳପଡ଼ା ସରପଂଚ ପ୍ରସାନ୍ତ ଆର୍କୁ ,ପଞ୍ଚାୟତ ସଭାପତି ସଂଗ୍ରାମ କେଶରୀ ସାମଲ ବରିଷ୍ଠ ନେତା ନିର୍ମଳ ରାଉତ, ପ୍ରଭାସ ପରିଡା, ନିରଂଜନ ସାମଲ , ପ୍ରକାଶ ନାୟକ ,ଶିବ ପ୍ରସାଦ ସିଂହ, ଗୌରାଙ୍ଗ ମଲିକ, ଯୁବ ନେତା ସ୍ମୃତି ରଞ୍ଜନ ପରିଡା , ସୁଧାଂଶୁ ଶେଖର ପରିଡା,ରାଜେଶ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ବହୁ ବୁଦ୍ଧିଜିବି, କୃଷକ ଓ ଦଳୀୟ କର୍ମୀ ଉପସ୍ଥିତ ରହି କିପରି ସମସ୍ୟାକୁ ସମାଧାନ କରାଯାଇପାରିବ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଓ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କୁ ମାନ୍ୟବର ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ ଲାଗି ଗୁରୁତ୍ବ ଦେବା ପାଇଁ ପ୍ରଚେଷ୍ଟା କରିଥିବାରୁ ଧନ୍ୟବାଦ୍ ଜଣାଇଲେ । (ରିପୋର୍ଟ – ସ୍ୱୟଂ ପ୍ରକାଶ ଦାସ୍ )
No Result
View All Result