No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ନଭେମ୍ବର,ମଙ୍ଗଳବାର ) ମାହାଙ୍ଗା :- ମାହାଙ୍ଗା କଟକ, ମାହାଙ୍ଗା, ଓଡିଶା ତାଜା ନିଉଜ, କଟକ ଜିଲ୍ଲା ମାହାଙ୍ଗା କୁଆଁପାଳ ଠାରେ ଉତ୍କଳ ଗଣକବି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଳେଶ୍ୱରପୁର ଓ ଶ୍ରୀକୃଷ୍ଣପୁର ଉନ୍ନୟନ ପରିଷଦ ପକ୍ଷରୁ ଗଣକବି ବୈଷ୍ଣବ ପାଣି ଙ୍କ୧୩୮ତମଜୟନ୍ତୀ ଉତ୍ସବ ର ଦ୍ଵିତୀୟ ସାରସ୍ୱତ ସାହିତ୍ୟ ସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି, ସଂସଦ ସଭାପତି ପ୍ରଫେସର କର୍ତିକେଶ୍ୱର୍ ସାହୁଙ୍କ ସଭାପତତ୍ବରେ ମୁଖ୍ୟ ଅତିଥି ସାହିତ୍ୟିକ ଗବେଷକ ଅସିତ୍ ମହାନ୍ତି ଯୋଗଦେଇ ଗଣକବି ଅନ୍ଧକାର ଜୀବନ ମୟ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଗୀତିନାଟ୍ୟ କୁ ଯେଉଁ ଆଲୋକ ଦେଇ ଯାଇଛନ୍ତି ତାହା ଆଜି ପ୍ରାଚୀନ ଓ ଆଧୁନିକ ସାହିତ୍ୟର ଉର୍ଦ୍ବରେ, ସେ ଜଣେ ବିଶ୍ୱ ସ୍ତରୀୟ ମହାନ କାବ୍ୟ କବିତା ଓ ଗୀତି ନାଟ୍ୟ ରଚୟିତା ହୋଇ ମଧ୍ୟ ନିଜେ ନାଟ୍ୟ ନିର୍ଦେଶକ ଓ ଅଭିନେତା ଥିଲେ,
ଏପରି ମହାନ କବିଙ୍କୁ ନୋବେଲ ପୁରସ୍କାର ମିଳିଥିଲେ ସେହି ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇଥାନ୍ତା ବୋଲି କହିବାସହ କବିଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବିକରିଛନ୍ତି , ଏଥିରେ ବରେଣ୍ୟ ଅତିଥି ପ୍ରାଧ୍ୟାପକ ସାହିତ୍ୟିକ ଡ଼ , ବିଜୟାନନ୍ଦ ସିଂହ, ବିଶିଷ୍ଟ ଅତିଥି ଭାବେ ପ୍ରଦୀପ୍ତ ଦାସ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଯାଚିନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ଆଗାମୀ ଶତାବ୍ଦୀ ର ପରିଚାଳନା ସମ୍ପାଦକ ମସୁଦ ଅଲି ପ୍ରମୁଖ ଯୋଗଦେଇ ପାଣି କବିଙ୍କ ସାହିତ୍ୟ ଉପରେ ଆଲୋଚନା କରିବାସହ ପ୍ରପୁଖ ଯୋଗ ଦେଇ ଗଣକବି ଙ୍କ ସାହିତ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସଂସଦ ର ସମ୍ପାଦକ ଦୀପକ ମହାନ୍ତି ବିବରଣୀ ପାଠ, ପ୍ରଭାତ କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲ,ରବିନାରାୟଣ ସାହୁ ଧନ୍ୟବାଦ ଦେଇଥିବାବେଳେ ଏହି ସାହିତ୍ୟ ସଭାରେ ବହୁ ସାହିତ୍ୟିକ ନାଟ୍ୟକାର କବି ଯୋଗଦେଇଥିଲେ, (ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆ)
No Result
View All Result