No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ନଭେମ୍ବର,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଭାରତରେ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସରକାର ଜନଜାତିଙ୍କର ଉନ୍ନତି ନିମନ୍ତେ ଅନେକ ଚେଷ୍ଟା ଏବଂ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯୋକନାର ସମସ୍ତ ଶ୍ରେୟ କେତୋଟି ଅବୈଧ ଆଦିବାସୀ ମାନେ ନେଇ ଯାଉଛନ୍ତି । ପ୍ରକୃତ ଜନଜାତିର ଲୋକମାନେ ଉପକୃତ ହେଉନାହାନ୍ତି ।
ନିଅମ ଅନୁସାରେ ଯେଉଁ ଜନକାତିର ବ୍ଯକ୍ତି ନିଜ ମତ, ଧର୍ମ,ସଂସ୍କୃତି ଛାଡି ଅନ୍ୟ ଧର୍ମ ଗ୍ରହଣ କରେ ସେ ଜନଜାତି ସମାଜର ମାନ୍ୟତା ପାଇବେ ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ ଯୋଜନାର ୮୦ ଶତକଡା ଭାଗର ସୁଯୋଗ ଧର୍ମାନ୍ତରୀତ ଆଦିବାସୀ ମାନେ ଉପଭୋଗ କରୁଛନ୍ତି । ତେଣୁ ଧର୍ମାନ୍ତରୀ ଜନକାତିର ଲୋକଙ୍କୁ ଜନଜାତି ତାଲିକାରୁ ବାଦ ଦେବା ପାଇଁ ଦାବୀ ଉଠିଛି ।
ଏଥିପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ ଜାରି ରହିଛି । ମହାମାରୀ କରୋନା ଯୋଗୁଁ ବହୁ ସଂଖ୍ୟାରେ ଜନ ଗହଳି ନ କରି ଗକପତି ଜିଲ୍ଲାର ପ୍ରକୃତ ଜନଜାତିର ଏକ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। (ଗଜପତି /ରିପୋର୍ଟ –ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result