No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ନଭେମ୍ବର,ମଙ୍ଗଳବାର ) ଗଜପତି :- ନୂତନ କୃଷି ବିଲକୁ ବିରୋଧ କରିଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଥମେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟା ଅର୍ପଣ କରାଯାଇଥିଲା l

କେନ୍ଦ୍ରରେ ମୋଦି ସରକାର କୃଷକ ମାନଙ୍କ ପାଇଁ ଯେଉଁ ନୂତନ ବିଲ ଆଗତ କରିଛନ୍ତି । ତାହା କୃଷକ ମାନଙ୍କ କୌଣସି ହିତରେ ନାହିଁ ବରଂ ଏହି ବିଲ ବଡ଼ବଡ଼ ଶିଳ୍ପପତିଙ୍କ ହିତରେ ତିଆରି କରାଯାଇଛି । ଏହି ଅଭିଯୋଗରେ ଆଜି ପାରଳାଖେମୁଣ୍ଡି ଜିଲା କଂଗ୍ରେସ କର୍ଯ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ବିକ୍ଷୋଭ କରିଥଲେ l

ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କୁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗୋମଙ୍ଗ ପ୍ରଦାନ କରିଥିଲେ l ଏହି ବିକ୍ଷୋଭ ରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, କୁନା ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ବାପିଲି ସାହୁ, ପ୍ରମୁଖ ଭାଗ ନେଇଥିଲେ (ଗଜପତି /ରିପୋର୍ଟ –ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result