• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭର୍ଚୁଆଲ ଟୁରରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
November 9, 2020
in ଓଡ଼ିଶା, ମନୋରଞ୍ଜନ, ହୋମ୍
0
ଭର୍ଚୁଆଲ ଟୁରରେ ଗଦବା ଘର ଓ ଭୋତଡ଼ା ଜନଜାତିଙ୍କ ଜୀବନଶୈଳୀ – ଭୁବନେଶ୍ୱର
Share on FacebookShare on TwitterWhatsapp
ଓଡିଶା ତାଜା ନ୍ୟୁଜ୍ (୯ନଭେମ୍ବର ,ସୋମବାର ) ଭୁବନେଶ୍ୱର  :-  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଅଗଷ୍ଟ ୧ ତାରିଖ ଠାରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକ ମାନେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ମୋଡ୍‌ରେ ଦେଖିବାର ସୁଯୋଗ ପାଇ ପାରୁଛନ୍ତି । ଆଜି ନଭେମ୍ଵର ୮ ତାରିଖ ଦିନ ଦର୍ଶକମାନେ ଘରେ ବସି ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ ଖୋଲି ସଂଗ୍ରହାଳୟରେ ସଂରକ୍ଷିତ ଥିବା ଜନଜାତି ମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଧାରଣା ପାଇ ପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଓଡ଼ିଶାର କୋରା ପୁଟ, ମାଲକାନଗିରି ଓ ନବରଙ୍ଗ ପୁର ଜିଲ୍ଲାରେ ‘ଗଦବା’ ଜନଜାତିମାନେ ମୁଖ୍ୟତଃ ବସବାସ କରିଥାନ୍ତି ।
ସେମାନେ ‘ଗୁଟୋବ’ ଓ ‘ଓଲିଆରି’ ଭାଷାରେ କଥାବାର୍ତ୍ତା କରିଥାନ୍ତି । ‘ଗଦବା’ ଜନଜାତିଙ୍କର ମୁଖ୍ୟ ପେଶା ହେଉଛି ପୋଡୁ ଓ ଅନ୍ୟାନ୍ୟ ଚାଷ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଶ୍ରମ କରିବା । ସେମାନଙ୍କର ମୁଖ୍ୟ ପର୍ବ ହେଉଛି ବନ୍ଦାପନା ପରବ, ଦଶହରା ପରବ, ପୁଷ ପରବ ଓ ଚଇତି ପରବ । କୋରାପୁଟ ଜିଲ୍ଲାର ଗଦବା ମାନେ ବଡ଼ୋ ଗଦବା, ପରେଙ୍ଗା, ଓଲାରୋ ଏବଂ ସାନୋ ଗଦବା ଏହିଭଳି ଚାରି ଭାଗରେ ବିଭକ୍ତ । ସାଧାରଣ ପାରମ୍ପାରିକ ଗଦବା ଘର ବୃତ୍ତାକାରରେ ନିର୍ମାଣ କରାଯାଇଥାଏ ଓ ଛାତ କାଠରେ ତିଆରି କରାଯାଇଥାଏ । ‘ଗଦବା’ ଜନଜାତିଙ୍କ ଘରେ ମୁଖ୍ୟ ବାସଗୃହ, ରୋଷେଇ ଘର, ଆଭ୍ୟନ୍ତରିଣ ଗୃହ ରହିଥାଏ । ସେଠାରେ ପରିବାରର ଦେବତାଙ୍କୁ ସ୍ଥାନିତ କରାଯାଇଥାଏ । ଗଦବା ଘରଗୁଡ଼ିକ ଦୁଇ ଧାଡ଼ିରେ ମଝିରେ ବ୍ୟବଧାନ ରଖି ସାମ୍‌ନାସାମନି ତିଆରି ହୋଇଥାଏ । ‘ଗଦବା’ ଗ୍ରାମରେ ତନିି ପ୍ରକାରର ଘର ଦେଖିବାକୁ ମିଳିଥାଏ ।
ସେଗୁଡ଼ିକ ହେଉଛି ମହାଦ ଦିଏନ, ଦୋନ୍‌ଦୁଲ୍‌ ଦିଏନ ଓ ଛେଣ୍ଡି ଦିଏନ । ପ୍ରଥମ ଦୁଇ ପ୍ରକାର ଘର ଚତୁର୍ଭୁଜାକାର ହୋଇଥିବାବେଳେ ତୃତୀୟଟି ‘କୋନ୍‌’ ଆକାରର ଛାତ ସହିତ ବୃତ୍ତାକାର ଅଟେ । ‘ଗଦବା’ମାନଙ୍କର ମୁଖ୍ୟ ଦେବତା ପଥରର ଠାକୁରାଣୀ । ‘ଦିଶାରୀ’ଙ୍କ ଦ୍ୱାରା ପୂଜା ପାଉଥିବା ଠାକୁରାଣୀଙ୍କ ମନ୍ଦିରକୁ ‘ହୁଣ୍ଡି’ କୁହାଯାଏ । ଗଦବା ମହିଳାମାନେ ପିତ୍ତଳ ଓ ରସ ଏବଂ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତା ହୋଇଥା’ନ୍ତି । ମହିଳାମାନେ ହାତବୁଣା, ଗାର ପକା ଲୁଗା ପରିଧାନ କରିଥା’ନ୍ତି । ଏହାକୁ ‘କେରଙ୍ଗ’ କୁହାଯାଏ । ପୁରୁଷମାନେ ‘ଲଏନ୍‌ କ୍ଲଥ’ ପରିଧାନ କରିଥାନ୍ତି । ‘ଢେମ୍‌ସା’ ନୃତ୍ୟ ପାଇଁ ‘ଗଦବା’ ଜନଜାତି ପ୍ରସିଦ୍ଧ । ଗଦବା ଗ୍ରାମରେ ପାରମ୍ପାରିକ କାଉନ୍‌ସିଲର ମୁଖ୍ୟ ‘ନାଏକ’ ଅଟନ୍ତି । ତାଙ୍କୁ ‘ଚାଲାଣ’ ଓ ‘ବାରିକ’ ସହାୟତା କରିଥାନ୍ତି । ସମସ୍ତ ଧାର୍ମିକ କାର୍ଯ୍ୟ ‘ଦିଶାରୀ’ଙ୍କ ଦ୍ୱାରା ସଂ ପନ୍ନ ହୋଇଥାଏ । ସେହିଭଳି ଆଜି ଅନ୍ୟ ଏକ ଭିଡ଼ିଓ ମାଧ୍ୟମରେ ଦର୍ଶକ ମାନେ ଭୋତଡ଼ା ଜନଜାତିଙ୍କ ସଂପର୍କରେ ସମ୍ୟକ ସୂଚନା ପାଇପାରିବେ ।
ଏହି ଜନଜାତି ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବସବାସ କରନ୍ତି । ଏହି ଜନଜାତି ‘ବୋଡୋ’ ଓ ‘ସାନୋ’ ଦୁଇ ଭାଗରେ ବିଭକ୍ତ । ବିଭିନ୍ନ ପ୍ରାଣୀ ଯଥା: କଇଁଛ, ବ୍ୟାଘ୍ର, ସର୍ପ, ମର୍କଟ, ଶ୍ୱାନ, ଝିଟିପିଟି, ଛେଳି ଇତ୍ୟାଦିଙ୍କ ନାମ ଅନୁସାରେ ସେମାନଙ୍କ ଗୋତ୍ରର ନାମକରଣ କରିଥାନ୍ତି । ସେମାନେ ହିନ୍ଦୁ ଦେବଦେବୀଙ୍କ ପୂଜା କରିବା ସହିତ ବୁଢ଼ୀ ଠାକୁରାଣୀ, ଭୈରବୀ ବୁଢ଼ୀ, ପରଦେଶୀ, ବସୁମାତା, ବନଦୁର୍ଗା ଆଦିଙ୍କୁ ଉପାସନା କରିଥା’ନ୍ତି । ଗ୍ରାମସ୍ତରରେ ସେମାନଙ୍କର ମୁଖ୍ୟ ‘ନାଏକ’ ଏବଂ ସହାୟକ ଭାବେ ‘ଚାଲାଣ’ , ‘ ପୂଜାରୀ’ ଓ ‘ଗୋଣ୍ଡା’ ଗୋଷ୍ଠୀ ବ୍ୟାପାର ବୁଝିଥାନ୍ତି । ଭୋତଡ଼ା ଜନଜାତିର ଲୋକମାନେ ଧାନକୁ ପତଳା ବାଉଁଶ ଫ୍ରେମ୍‌ ସହିତ ସଂଯୁକ୍ତ କରି ଭିନ୍ନ ଭିନ୍ନ ପ୍ରକାର ଓ ଆକାରର କଳାବସ୍ତୁ ତିଆରି କରିଥାନ୍ତି । ଏହା ସେମାନଙ୍କର ଅର୍ଥ ଉପାର୍ଜନରେ ସହାୟକ ହୋଇଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version