ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) କଟକ :- କଟକ ଜିଲ୍ଲା କିଶନନଗର ଥାନା ବାଲିଶୁକ୍ରୀ ଗାଁ ହରିଜନ ସାହିରେ ଶନିବାର ରାତିରେ ଘଟିଛି ଅଘଟଣ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା କାଣ୍ଡ ଘଟିଛି । ଗତ କାଲି ବିଳମ୍ବିତ ରାତିରେ ଲୋମ ଟାଙ୍କୁରା ହତ୍ୟା କାଣ୍ଡ ଘଟଣା ସମଗ୍ର ଅଂଚଳରେ ଆତଙ୍କ ଖେଳାଇ ଦେଇଛି । ଘଟଣା ସ୍ଥଳରେ କିଶନ ନଗର ପୋଲିସ ପହଂଚି ମୃତ ଉମେଶ ଭୋଇ ଙ୍କ ଶବ ଜବତ କରି ପୋଷ୍ଟ ମଟମ ପାଁଇ କଟକ ବଡ଼ ଡାକ୍ତର ଖାନାକୁ ପଠାଇଛି ।
ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି । ଅନ୍ୟ ପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଛାନ ଭିନ କରିଛି । ତେବେ ଗତ କିଛିଦିନ ହେଲା ମୃତ ଉମେଶ ପରିବାର ସହ କାର୍ତ୍ତିକ ଭୋଇ,ରାଜା ଭୋଇ ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏ ନେଇ କିଶନନଗର ଥାନାରେ ମୃତ ଉମେଶ ଭୋଇ ପରିବାର କୁ ମାରିଦେବା ଧମକ ର ଅଭିଯୋଗ ହୋଇ ଆସୁଥିଲା ।
ହେଲେ ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ପୋଲିସ ର ନିଷ୍କ୍ରିୟତା ପାଁଇ ଉମେଶ ଭୋଇ କୁ ହତ୍ୟା କରାଗଲା ବୋଲି ପରିବାର ଏବଂ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ମାନେ ଫେରାର ହୋଇ ଯାଇ ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)