ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) ବାଲେଶ୍ୱର ,ତିର୍ତ୍ତୋଲ :- ଓଡ଼ିଶାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ତିର୍ତ୍ତୋଲ ଓ ବାଲେଶ୍ଵରରେ ଜମି ଯାଇଥିଲା ନିର୍ବାଚନୀ ମାହୋଲ । ଆଜି ଠାରୁ ସରିଲା ନିର୍ବାଚନ ପ୍ରଚାର । ଏହା ପରେ ଭୋଟରଙ୍କ ହାତରେ ବନ୍ଧା ହେଲା ପ୍ରାର୍ଥୀ ମାନଙ୍କ ଭାଗ୍ୟଡୋର । ବାଲେଶ୍ବରରେ ଗତଥର ବିଧାୟକ ପଦଟି ବିଜେପି ହାତକୁ ଚାଲି ଯାଇଥିଲା । ସାରା ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ଜନତା ଦଳ ରାଜ କରୁଥିବା ବେଳେ ବାଲେଶ୍ବର ସଂସଦୀୟ ଆସନ ଠାରୁ ବିଧାୟକ ଆସନ ପର୍ଯ୍ୟନ୍ତ ସବୁ ବିଜେପି ହାତକୁ ଚାଲିଯାଇଥିଲା । କିନ୍ତୁ ବାଲେଶ୍ବର ଓ ତିର୍ତୋଲରେ ବିଧାୟକ ପ୍ରାର୍ଥୀ ଦୁଇ ଜଣଙ୍କର ଦେହାନ୍ତ ହେଲା ପରେ ଉପନିର୍ବାଚନର ବିଗୁଲ ବାଜିଥିଲା ।
ବାଲେଶ୍ବରରେ ବିଜେଡିର ସଂସଦୀୟ ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ହରାଇ ବିଜେପିର ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆସନ ଅଳଙ୍କୃତ କରିଥିଲେ । ଠିକ୍ ସେହିପରି ବିଜେଡ଼ିର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ହରାଇ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଧାୟକ ପଦଟିକୁ 13ହଜାର ଭୋଟ ବ୍ୟବଧାନରେ ହାତେଇ ନେଇଥିଲେ ମାତ୍ର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଖାଲି ପଡିଥିବା ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାଇଁ ଆରମ୍ଭ କରାଯାଇଛି ଅଙ୍କକଷା । ସେଇମିତି ତିର୍ତ୍ତୋଲରେ ମଧ୍ୟ ବିଜେଡି ଦଳର ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ବିଧାନସଭା ଆସନ ପାଇଁ ଅଙ୍କକଷା ଆରମ୍ଭ ହୋଇଯାଇଛି । (ଚିଫ ଏଡିଟର,ସ୍ବରୂପ ଦାସ )