ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) ବାଲେଶ୍ୱର :- ବାଲେଶ୍ୱର ଜିଲ୍ଲା ସଦର ବିଧାନସଭା ରେ ବିଜୁ ଜନତା ଦଳର ପାର୍ଥୀ ଶ୍ରୀ ସ୍ଵରୂପ ଦାସ ଙ୍କ ବିଜୟ ପାଇଁ ସଦର ୨ ନଂ ୱାର୍ଡ ର ଦାୟିତ୍ଵ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବରୀ ବିଜୁ ଜନତା ଦଳର ନେତା ତଥା ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ଦାସ ଙ୍କ ଉପରେ ବିଜୁ ଜନତା ଦଳ ଭରଷା କରିଛି । ଶ୍ରୀ ଦାସଙ୍କ ତୃଣମୂଳ ସ୍ତରରେ ଲୋକମାନଙ୍କ ସହ ସମ୍ପର୍କ ଓ ସଂଗଠନର ନେତୃତ୍ୱ ନେବାର କ୍ଷମତା,
ବିଶେଷ କରି ଗତ ନିର୍ବାଚନର ମାତ୍ର କିଛିଦିନ ପୂର୍ବରୁ ଶ୍ରୀମତୀ ସୁନନ୍ଦା ଦାସ ବିଜୁ ଜନତା ଦଳରେ ଯୋଗଦେଇ ମୁଷ୍ଟିମେୟ ନେତା ଦେବାଶିଷ ନାୟକ ଙ୍କୁ ହଟାଇ ଟିକେଟ ନେଇ ବରୀ ଭଳି କମ୍ ବିଜୟ ଆଶଙ୍କା ଥିବା ଆଶନ ରୁ ଜିତି ନିର୍ବାଚନ ବୈତରଣୀ ପାର ହୋଇଥିବା ପଛରେ ଶ୍ରୀ ଦାସଙ୍କ ହାତ ଥିବା କାରଣ ରୁ ଏତେବଡ଼ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି ।

ଶ୍ରୀ ଦେବେନ୍ଦ୍ର ଦାସ ବାଲେଶ୍ୱର ସଦର ୨ ନଂ ୱାର୍ଡ ରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଡିଛନ୍ତି । ଦେବେନ୍ଦ୍ର ଦାସଙ୍କୁ ଏତେବଡ଼ ଗୁରୁଦାୟିତ୍ଵ ଓ ରାଜ୍ୟସ୍ତରୀୟ ନେତୃତ୍ଵ ମାନଙ୍କ ସହ ପ୍ରଚାରରେ ଆଗଧାଡି ରେ ଦେଖି ଶ୍ରୀ ଦାସଙ୍କ ରାଜ୍ୟରାଜନୀତି ରେ ପ୍ରଭାବ ଅନୁମାନ କରାଯାଉଛି । (ଦୀପ୍ତିମାନ ପତି /ବାଲେଶ୍ୱର)