ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ହିଞ୍ଜିଳିକାଟୁ :- ସ୍ଥାନୀୟ ହିଞ୍ଜିଳି ଥାନାର ଅତି ନିକଟରେ ଥିବା ପରିବା ବଜାରର ଏକ ତେଜରାତି ଦୋକାନ ରୁ ଚୋରୀ ଯାଇଥିବା ଶନିବାର ଜଣାପଡିଛି । ବ୍ୟବସାୟୀ ଇ ପ୍ରଦୀପ କୁମାର ପାତ୍ରଙ୍କ ତେଜରାତି ଦୋକାନ ର ପଛପଟ କାନ୍ଥର ଇଟାକୁ ତାଡି ଦୁର୍ବୃତ୍ତ ମାନେ ଚୋରୀ କରିଥିବା ସେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତ ମାନେ କିଛି ସାମଗ୍ରୀ ସହ ଖୁଚୁରା ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣକ ସୂଚନା ଦେଇଛନ୍ତି । ଏନେଇ ସେ ସ୍ଥାନୀୟ ପୁଲିସ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ପହଞ୍ଚି ଅନୁଧ୍ୟାନ କରିବା ଜଣାପଡିଛି । ବଡ ଧରଣର ଚୋରୀ ଯାଇ ନ ଥିଲା ବେଳେ ରାତ୍ରୀ ଡିୟୁଟି ରେ ନିୟୋଜିତ ଥିବା ଗୃହରକ୍ଷୀ ଓ ପୁଲିସର କଡା ପ୍ରହରା ସତ୍ତ୍ୱେ ସହରରେ ଛୋଟ ବଡ ଚୋରୀ ବୃଦ୍ଧି ପାଉଛି । ଆଲୋଚ୍ୟ ପ୍ରସଙ୍ଗଟି ହେଲା ଗତ କାଲି ଗଞ୍ଜାମ ପୁଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ସ୍ଥାନୀୟ ପୁଲିସ ଥାନା ପରିଦର୍ଶନ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାର କିଛି ଘଣ୍ଟା ପରେ ହେବା ଘଟଣା ସହର ବାସୀଙ୍କ ନିଦ ହଜାଇ ଏକ ଭୟର ବାତାବରଣ ସୃଷ୍ଟି କରିଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )