
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ତିର୍ତ୍ତୋଲ :- ଜଗତସିଂହପୁର ଭାସ୍କର ପଟ୍ଟନାୟକ ଉପନିର୍ବାଚନ ପ୍ରଚାର ମାତ୍ର ଗୋଟିଏ ଦିନ ଥିବା ବେଳେ ଶୁକ୍ରବାର ବିଜେପି କେନ୍ଦ୍ରସ୍ତରୀୟ ନେତା ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ୩ ବ୍ଲକ ମଟର ସାଇକେଲ ରାଲିରେ ପଥପ୍ରାନ୍ତ ସଭାକରି ଭୋଟ୍ ଭିକ୍ଷା କରି ଫେରି ଯାଇଥିଲେ । ସେହିପରି ଶନିବାର ସାଂସଦ ଅପରାଜିତା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ମାରାଥନ ପ୍ରଚାର ରଘୁନାଥପୁର ବ୍ଲକ ୨ ନମ୍ବର ଯୋଜ ସାଦେଇପୁର , ଅଢେଇକୁଳ , ରେଢୁଆ ଛପଡା ଓ ଜୟପୁର ପଞ୍ଚାୟତରେ ବିଜେଡ଼ି ସରକାର ଅପାରଗତା ଉପରେ ସୂଚନା ଦେଇଥିଲେ । ମୋଦି ସରକାର ଙ୍କ ଜନହିତକର ଯୋଜନା ଉପରେ ଅବଗତ କରାଇବା ସହ ବିଜେପି ପ୍ରାଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ ।
ମନ୍ତ୍ରୀ ଓ ସଂସଦଙ୍କ ମଟର ସାଇକେଲ ଶୋଭାଯାତ୍ରା ଓ ଭୋଟ୍ ଭିକ୍ଷା କୁ ଟକର ଦେଇ ଆଜି ପୂର୍ବତନ ବିଧାୟକ ତଥା ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ବିଜେଡି ,ଯୋଜନା ବୋଡ଼ ଉପାଧକ୍ଷ୍ୟ ତଥା ପୂର୍ବତନ ମନ୍ତ୍ରୀ ଏବଂ ରଘୁନାଥପୁର ବ୍ଲକ ବିଜେଡି ମଙ୍ଗୁଆଳ ସଞ୍ଜୟ କୁମାର ଦାସବର୍ମା, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପ୍ରଫେସର ରମାକାନ୍ତ ଭୋଇ, ରାଜ୍ୟ ବିଜେଡ଼ି ଯୁବ ଉପସଭାପତି ରାଜା ଚକ୍ର ସମେତ ୧୯ ଟି ପଞ୍ଚୟତ ପର୍ଯ୍ୟବେକ୍ଷକ ପ୍ରଥି ଵିଜୟ ଶଙ୍କର ଦାସଙ୍କ ବିଶାଳ ମଟର ସାଇକେଲ ଶୋଭା ଯାତ୍ରାରେ ଯୋଗଦେଇ ସଭାରେ ଯାତ୍ରାକୁ ଆଗେଇନେଇଥିଲେ ।
ରାଲି ଦେଖି ବିଜେପିକୁ କଡ଼ା ଟକର ଲାଗିଲା ଭଳି ଅଂଚଳର ଭୋଟର ମହଲରୁ ଶୁଣିବାକୁମିଳୁଛି । ଏଥିରେ ବ୍ଲକ ସଭାପତି ବେବାସୀଷ ତ୍ରିପାଠୀ, ଅଧକ୍ଷ୍ୟା ସ୍ୱପ୍ନାସରିତା ବଳ, ଜିଲ୍ଲା ବିଜଡି ଉପସଭାପତି ସରୋଜକାନ୍ତ ସ୍ବାଇଁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ରାଜା ରାଢସିଂ ,ସରପଞ୍ଚ, ସମିତିସଭ୍ୟ ସମେତ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ଏହି ଶୋଭା ଯାତ୍ରା ଜୟପୁର ଛକରୁ ବାହାରି ଏରଡଙ୍ଗା ପଞ୍ଚାୟତ, ପୁରୁଣାବସନ୍ତ, ରେଢୁଆ, ତଅରା, ଗୁଆଳିପୁର, ପୁରଣଓଡ଼ପଡା, ରଘୁନାଥପୁର , ଜଗନ୍ନାଥପୁର, ଓ ବରାଗୋଳ ପଞ୍ଚାୟତର ସମସ୍ତ ଗ୍ରାମରେ ଭୋଟ୍ ଭିକ୍ଷା ସହିତ ବିଶାଳ ଶୋଭାଯାତ୍ରା ଦେଖି ବିଜେପିର କର୍ମୀ ହତୋତ୍ସାହ ହୋଇଯାଇଥିବା ଜଣା ପଡିଥିବା ବେଳେ ବିଜେଡ଼ି କର୍ମୀ ମହଲରେ ଆନନ୍ଦ ଖେଳିଯାଇଛି । (ରିପୋର୍ଟ – ଭାସ୍କର ପଟ୍ଟନାୟକ )

















