ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର ଶନିବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ରେ ଜାତୀୟ ଏକତା ଦିବସ ଉପଲକ୍ଷେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଉଦେଶ୍ୟ ରେ ଜାତୀୟ ସେବା ଯୋଜନା ମାଧ୍ୟମରେ ଏକ ସଭା ର ଆୟୋଜନ ଗୁଗୁଲ୍ ମିଟ୍ ମାଧ୍ୟମରେ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହୋଦୟ ଭାବଗ୍ରାହୀ କର ସଭାପତିତ୍ବ କରିଥିଲେ , ଜାତୀୟ ସେବା ଯୋଜନା ର ସଂଯୋଗ ଭାବେ ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ରାଷ୍ଟ୍ରୀୟ ଏକତା ଦିବସର ଉଦେଶ୍ୟ ଜ୍ଞାପନ କରିଥିଲେ । ବ୍ୟାକରଣ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ କୁ ଦ୍ଵିଗୁଣିତ କରିଥିଲେ ।
ଛାତ୍ର ବାଲାଜୀ ରାଣା ରାଷ୍ଟ୍ରୀୟ ଏକତା ଶପଥ ପାଠ କରାଇଥିବା ବେଳେ ଉକ୍ତ ସଭାର ସଂଯୋଜକ ତଥା ସମ୍ପାଦକ ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭାଷଣ ପ୍ରତିଯୋଗିତା ରେ ସୋନିତା ଦାସ ଓ ରଚନା ପ୍ରତିଯୋଗିତା ରେ ପୂଜାରାଣୀ ଡାକୁଆ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଆଜି ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୪୫ ତମ ଜନ୍ମ ଜୟନ୍ତୀ । ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶ ଆଜି ଏକତା ଦିବସ ପାଳନ କରୁଛି । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )