ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ରଣପୁର :- ରଣପୁର ଏନ୍ଏସି ରେ ପ୍ରତି ବର୍ଷ ପିଡବ୍ଲୁଡି ବଙ୍ଗଳା ଛକ ଠାରେ ବଡ଼ ଧୁମ୍ ଧାମ୍ ରେ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ କୋଭିଡି ନିୟମନୁସାରେ ପାଳିତ ହୋଈଛି ଗଜଲକ୍ଷ୍ମୀ ପୂଜା କେବଳ ଆଲୋକ ରେ ସାଜସଜ୍ଜା ହେଲେ ମଣ୍ଡପ କୋଳାହଳ ଶୂନ୍ୟ । ଭକ୍ତ ବିହୀନ ପୂଜା ମଣ୍ଡପ ଲାଗୁଛି ଖାଁ ଖାଁ ।
ଧନ ଦାତ୍ରୀ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରଯାଇଛି । ମାତା ପ୍ରତିମୄର୍ତ୍ତି ରେ ଭକ୍ତ ଙ୍କୁ ରୋଗମୁକ୍ତ , ଏବଂ ସମାଜ କଲ୍ୟାଣ ନିମନ୍ତେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷ ର ପୂଜା ପର୍ବାଣୀ କୁ ଫିକା କରିଦେଇଛି ମହାମାରୀ କରୋନା । ପ୍ରଥମେ ଦୁର୍ଗା ପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା ବିନା ଭକ୍ତ ରେ ଅନୁଷ୍ଠିତ ହୋଈଛି । ଭକ୍ତ ଙ୍କ ମନରେ ଉତ୍ସାହ ନାହିଁ । ମହାଲକ୍ଷ୍ମୀ ଧନ , ପ୍ରେମ , ଶାନ୍ତି , ର ପ୍ରତୀକ ଯାହାଙ୍କୁ ପୂଜା କରିବା ଦ୍ୱାରା ଘରେ ଘରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ । ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ଘରେ ଶାନ୍ତି ସ୍ଥାପନ ହୋଇଥାଏ । ସେହିଭଳି ଚଳିତ ବର୍ଷ ମାଆଙ୍କ ଆଗମନ ରେ ରାଜ୍ୟ ରେ ଅର୍ଥ ବୃଦ୍ଧି ହେବା ସହ ରୋଗ ରୁ ମୁକ୍ତି ପାଇବା ଏନେଇ ମାଆଙ୍କୁ ପ୍ରାର୍ଥନା ।