ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ଶୁକ୍ରବାର) ହିଞ୍ଜିଳିକାଟୁ :- ସ୍ଥାନୀୟ ପୋୖରାଞ୍ଚଳ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ଶୁକ୍ରବାର ରଞ୍ଜନ ରାଉତ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।ପ୍ରକାଶ ଯେ, ରଞ୍ଜନ କୌଣସି କାରଣକୁ କେନ୍ଦ୍ର କରି ଗ୍ରାମ ନିକଟରେ ଥିବା ଘୋଡାହାଡ ନଦୀ ନିକଟକୁ ଯାଇଥିଲେ।ସେଠାରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପାଣି ଭିତରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକେ ଆହତ ରଞ୍ଜନକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୀଡିତ ରଞ୍ଜନକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ଶରୀରର ଅଂଶ ନିଆଁରେ ପୋଡ଼ି ଯାଇଥିବା ଜଣାପଡିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )