- ବାଲେଶ୍ୱର ପାଇଁ ବଡ ଘୋଷଣା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପରେ ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି ବାଲେଶ୍ୱରକୁ ସ୍ପେଶାଲ ଫୋକସ ଦିଆଯିବ ।
ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ବାଲେଶ୍ୱର :– ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ । ନବୀନଙ୍କ ଡିଜିଟାଲ ପ୍ରଚାର ବାଲେଶ୍ୱର ପାଇଁ ଡିଜିଟାଲ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଁ ଜାଣେ ମୋ ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି ।
ମୁଁ ଆଜି ବାଲେଶ୍ୱର ଯାଇଥିଲେ ଆପଣ ବହୁ ସଂଖ୍ୟାରେ ଆସିଥାନ୍ତେ ମୁଁ ଚାହେଁନା ଆପଣଙ୍କ ସ୍ୱାସ୍ଥ୍ୟ ବିପଦରେ ପଡୁ, ତେଣୁ କରୋନା ଗଲା ପରେ ମୁଁ ନିଶ୍ଚୟ ଯିବି – ନବୀନ ବାଲେଶ୍ୱର ଆସିଲେ ମୁଁ ଫକୀର ମୋହନ ସେନାପତିଙ୍କୁ ମନେପକାଏ ମୁଁ ତାଙ୍କୁ ବହୁତ ମାନେ । ତାଙ୍କ ରେବତୀ ଗଳ୍ପ ମୋତେ ସବୁଠାରୁ ଭଲ ଲାଗେ । (ଦୀପ୍ତିମାନ ପତି /ବାଲେଶ୍ୱର )