ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର ) ନୟାଗଡ଼ :- କରୋନା ବିପତ୍ତି ସମୟରେ ସମସ୍ତ ଜନସାଧାରଣ ଙ୍କ ପାଖରେ ପହଁଚିବା କିମ୍ବା ସାହାର୍ଯ୍ୟ ସହଯୋଗ ତଥା କରୋନା ସଚେତନ ପାଇଁ ଜୁମ୍ ଆପ୍ ଦ୍ୱାରା ଏକ ଭର୍ଚୁଆଲ୍ ମିଟିଙ୍ଗ ର ଆୟୋଜନ । ପଞ୍ଚମ ଦିନର ଜନସଚେତନତା କାର୍ଯ୍ୟକ୍ରମ ଅଭିଯାନ ଭାଟସାହି ଜୋନ୍ ରେ ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାର୍ ରେ ସାମିଲ ହୋଇଥିଲେ ପୁରୀ ସାଂସଦ ପିନାକୀ ମିଶ୍ର । ଏହି ୱେବିନାର ରେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ପ୍ରତିବର୍ଷ ପଦଯାତ୍ରାର କିଛି ପୁରୁଣା ସ୍ମୃତିକୁ ମନେ ପକେଇଵା ସହ କରୋନା ସମୟରେ କିଭଳି ଏହାର ଉଚିତ ମୁକାବିଲା କରିବା ଏ ନେଇ ବିଭିନ୍ନ ଉପଦେଶ ଦେଇଥିଲେ ।
ଜନ ସଚେତନ ବୈଠକ ଆରମ୍ଭରେ ବ୍ଲକ ସଭାପତି ପ୍ରଥମେ ସାଂସଦ ପିନାକୀ ମିଶ୍ର ଏବଂ ମନ୍ତ୍ରୀ ଡ଼ଃ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ । କରୋନା ମହାମାରୀ ସମୟରେ ଜୁମ ଆପ ମାଧ୍ୟମରେ ମିଟିଂ ହେଇପାରୁଛି ଏବଂ ସମସ୍ତ ଜନସାଧାରଣ ଙ୍କ ସହ ସମ୍ପର୍କ ସ୍ଥାପନା ହୋଇପାରୁଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କିପରି ରକ୍ତଦାନ କାର୍ଯ୍ୟକ୍ରମ କୁ ବ୍ୟାପକ କରାଯାଇଥିଲା ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ସାଂସଦ ପିନାକୀ ମିଶ୍ର ଏହି ଭର୍ଚୁଆଲ ମିଟିଙ୍ଗରେ ଯୋଗ ଦେଇ ବହୁତ ଖୁସି ବ୍ୟକ୍ତ କରିଥିଲେ । ଏପରିକି ନିର୍ବାଚନ ମଣ୍ଡଳୀରେ କିପରି ସାଂସଦ ପାଣ୍ଠିରୁ ଖର୍ଚ୍ଚ ହେବ ସେ ଦାୟିତ୍ୱ ନିଜେ ମନ୍ତ୍ରୀ ଡ଼ଃ ସାହୁଙ୍କ ଉପରେ ଦାୟିତ୍ୱ ବୋଲି ମତ ରଖିଥିଲେ । ସାଂସଦ ଙ୍କ ର ନୟାଗଡ଼ ନିର୍ଵାଚନ ମଣ୍ଡଳୀ ପ୍ରତି ଏପରି ଅବଦାନ ଓ ମହନୀୟତା କୁ ସୂଚାଇଥିଲା ଯେ ନୟାଗଡ଼ ପ୍ରତି କେତେ ଭଲ ପାଇବା । ଓଡ଼ିଶାର କରୋନା ମୁକାବିଲା କିପରି ସାରା ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପନା ହୋଇପାରିଛି ତାହା ଉଲ୍ଲେଖ କରିଥିଲେ । ମନ୍ତ୍ରୀଙ୍କର ପରିଶ୍ରମ ଓ କାର୍ଯ୍ୟକୁ ବାଧା ସୃଷ୍ଟି କରିପାରିନି କରୋନା ବୋଲି କହିଥିଲେ ସାଂସଦ ।
ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜୁମ ଆପ ମାଧ୍ୟମରେ ସମସ୍ତେ ଯୋଡି ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ସରକାର କୋଭିଡ ମୁକାବିଲା ଉଚିତ୍ ସମୟରେ ହୋଇପାରିଥିବାରୁ ଆଜି ଆମେ କରୋନା କୁ ନିୟନ୍ତ୍ରଣ କରିପାରିଛେ । ରାଜନୀତି ହେଉଛି ସମାଜସେବା । ଏହିଭଳି ଅସୁବିଧା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କର୍ମୀ ମାନେ ଆଗଭର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ । ଏପରିକି ମନ୍ତ୍ରୀ ଡ଼ଃ ସାହୁ ଏହି କଥା ରେ କଥାରେ କହିଥିଲେ ନିଜର ମନର କଥାକୁ । ସେ ସମସ୍ତଙ୍କୁ କହି ରଖିଥିଲେ ଯେତେବେଳେ ଜଣେ ବ୍ୟକ୍ତି ଚିକିତ୍ସିତ ହେବା ପାଇଁ ହେଉ ଅବା ଅସୁବିଧାର ସମ୍ମୁଖୀନ ହେଉଛି ତାକୁ ସାହାଯ୍ୟ କଲେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ଅନ୍ୟ କୌଣସି ଜିନିଷରେ ନ ଥାଏ ।
ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି କୌଣସି ବି ଅବହେଳା କରନ୍ତୁ ନାହିଁ। ଯଦି ବି କେହି ଭୁବନେଶ୍ୱର ଡାକ୍ତରଖାନା ଆସୁଛନ୍ତି ତେବେ ଦୟାକରି ମୋତେ କୁହନ୍ତୁ ନଚେତ ମୋ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ , ଫଳରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିପାରିବି, କେହି ବି କଥା କୁ କୋହଳରେ ନିଅନ୍ତୁ ନାହିଁ ବୋଲି ମନ୍ତ୍ରୀ ଅନୁରୋଧ କରିଥିଲେ। କରୋନା ସମୟରେ ରକ୍ତ ଦାନ କରି ଆମେ ୨୦୦୦ ରୁ ଉର୍ଦ୍ଧ୍ବ ରକ୍ତ ୟୁନିଟ ସଂଗ୍ରହ କରିପାରିଛେ। ପ୍ରତିଦିନ ପାଖାପାଖି ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଡି ହୋଇପାରୁଛନ୍ତି ତାହା ସାରା ଓଡ଼ିଶାରେ ବିରଳ। ଆଜିର ଏହି ବୈଠକରେ ଶହ ଶହ ସଂଖ୍ୟାରେ କର୍ମୀ ଜୁମ୍ ଆପ ମାଧ୍ୟମରେ ଯୋଡି ହୋଇଥିବାରୁ ସମସ୍ତଙ୍କୁ ମନ୍ତ୍ରୀ ଡ଼ଃ ସାହୁ ଧନ୍ୟବାଦ ଦେଇ ଭର୍ଚୁଆଲ ମିଟିଂ କୁ ଶେଷ କରିଥିଲେ । ବୈଠକ ଶେଷରେ ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ଏହି ଜୁମ ଆପ୍ ମାଧ୍ୟମରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଯୋଡି ହେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ତ୍ରୀଙ୍କର ଏଭଳି ପ୍ରୟାସ ପାଇଁ ସାଧୁବାଦ ଜଣାଇ ଏହି ଭର୍ଚୁଆଲ ମିଟିଙ୍ଗ କୁ ଶେଷ କରିଥିଲେ ।