ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର) ଢେଙ୍କାନାଳ :– ଜିଲ୍ଲା ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ଥାନା କୁରୁଣ୍ଡି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗ୍ରାମର ଜୈନେକା ୧୨ବର୍ଷର ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କ ବାପା ମାଆ ସ୍ଥାନୀୟ ଭୁଷଣ ଷ୍ଟିଲରୁ କାମ ସାରି ଘରକୁ ଫେରିବା ପରେ ଝିଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ତେବେ ପାରିପାର୍ଶିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ନୁହେଁ ହତ୍ୟାକାଣ୍ଡ ଭଳି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଘରେ କିଏ ନଥିବା ସମୟରେ ଝିଅକୁ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । (ରିପୋର୍ଟ୍ ଅମର ରଞ୍ଜନ ଦାସ)