ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର) ତିର୍ତ୍ତୋଲ :- ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ଷ୍ଟାର୍ ପ୍ରଚାରର ମୁଖ୍ୟ ନବୀନ ପଟ୍ଟନାୟକ ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି । କୋଭିଟ ଗାଇଡ ଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏ ଆହୁରି କହିଛନ୍ତି ମୋ ପ୍ରତି ଆପଣ ମାନଙ୍କ ଭଲ ପାଇବା ମୁଁ ଭଲ ଭାବରେ ଜାଣିଛି । ଆସିବାକୁ ଚାହିଁ ବି କରୋନା ପାଇଁ ମୁଁ ଆପଣମାନଙ୍କ ପାଖକୁ ଆସି ପାରିଲି ନାହିଁ ।

କରୋନା କଟକଣା କଟିଗଲା ପରେ ମୁଁ ନିଶ୍ଚିତ ଭାବେ ଆପଣଙ୍କ ପାଖକୁ ଯିବି । ଆପଣମାନଙ୍କ ଅଂଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ । ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମର ସୁଯୋଗ ସୃଷ୍ଟି ପାଇଁ ପ୍ରାଧାନ୍ୟ ଦେଉଛୁ । ତିର୍ତ୍ତୋଲରେ ମିସନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମାଆମାନେ ଭଲ କାମ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି । ଏମିତି ଭଲ କାମ କରୁଥାନ୍ତୁ ବୋଲି କହିବା ସହ ଭୋଟଦାନ କେନ୍ଦ୍ରକୁ ଯିବାବେଳେ ନିଜର ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ନବୀନ କହିଛନ୍ତି । (ଚିଫ ଏଡିଟର ,ସ୍ବରୂପ ଦାସ)












