ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ନୟାଗଡ଼ :- ନୟାଗଡ଼, ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନାଟକ ପ୍ରଥମ ଦୃଶ୍ୟରେ ଅବର୍ତ୍ତୀଣ୍ଣ ହୋଇଛନ୍ତି । ସୁଦ୍ଧା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପଦର୍ଶିତ ତଥା ଆୟୋଜିତ ନାଟକ ‘ପ୍ରଳୟ ପରେ’କୁ ମନ୍ତ୍ରୀ ଡ. ସାହୁ ଏକ ନାଟକୀୟ ଭଙ୍ଗୀ ରେ ଉଦଘାଟନ କରିଛନ୍ତି ।
ଦୁର୍ନୀତିକୁ ମନ୍ତ୍ର ଭାବେ ଗ୍ରହଣ କରି କିଭଳି ସାଧାରଣ ଲୋକଙ୍କୁ ଅବଶୋଷଣ କରାଯାଏ ତାହା ଏହି ନାଟକ ମାଧ୍ୟମରେ କଳାକାର ମାନେ ଖୁବ ସୁନ୍ଦର ଭାବରେ ନାଟ୍ୟ ନାଟକକୁ ଦର୍ଶକ ମାନଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ନାଟକ ବହୁ ଦର୍ଶକଙ୍କ ମନକୁ ଉତ୍ସାହିତ କରିଥିଲା ।
ଯାହାକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦର୍ଶକଙ୍କ ମଧ୍ୟରେ ଏକ ନାଟକୀୟ ବାତାବରଣ ସୃଷ୍ଟି କରିଛି । ଏହି ନାଟକର ରଚୟିତା ହେଉଛନ୍ତି ବିଜୟ କୁମାର ଶତପଥୀ ତଥା ନିର୍ଦ୍ଦେଶକ ଦାୟିତ୍ୱ ବହନ କରିଛନ୍ତି ଅଧ୍ୟାପକ ଡ. ଆଶୁତୋଷ ରଥ । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉପଦେଷ୍ଟାରେ ଅନୁଷ୍ଠିତ ଏହି ନାଟକରେ ନୟାଗଡ଼ ସହରର ବହୁ ନାଟ୍ୟ କଳାକାର ଅଭିନୟ କରିଥିବା ବେଳ ମୁଖ୍ୟ ଚରିତ୍ରରେ ରଂଜନ ରଶ୍ମୀ ଜେନା ଅଭିନୟ କରିଥିଲେ ।