ଓଡ଼ିଶା ତାଜା ନ୍ୟୁଜ ( ୨୮ ଅକ୍ଟୋବର ବୁଧବାର ) ବାଲେଶ୍ୱର :- ନିର୍ବାଚନ ଯେତେ ପାଖେଇ ଆସୁଚି, ସେତେ ସରଗରମ ହେଉଚି ବାଲେଶ୍ୱର ରାଜନୀତି। ଆଜି କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହେଇଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖପାତ୍ର ଡଃ. ରାଗିଣୀ ନାୟକ। ଡଃ. ନାୟକ ଭୁବନେଶ୍ବରରୁ ବାଲେଶ୍ବର ଆସିବା ପରେ ମମତାଙ୍କ ସହ ବାରବାଟୀ ଠାରେ ଏକ ମହିଳା ସମାବେଶରେ ଯୋଗ ଦେଇ ବିଜେପି ଓ ବିଜେଡି କିପରି ଭାବରେ ମହିଳା ମାନଙ୍କୁ ପ୍ରତାରିତ କରୁଛନ୍ତି ତାର ଏକ ଲମ୍ବା ଚିଠା ସାମ୍ନାକୁ ଆଣିଛନ୍ତି ।
ଉକ୍ତ ସଭାରେ ଡଃ ନାୟକ ବାଲେଶ୍ବରରେ ବଢୁଥିବା ନିଶାକାରବାର ପାଇଁ ବିଜେଡି ଓ ବିଜେପିର ମାଫିଆ ମାନଙ୍କୁ ସିଧା ସଳଖ ଦାୟୀ କରିଥିବା ବେଳେ ଆପଣ ମାନଙ୍କ ଝିଅ ଆପଣ ମାନଙ୍କ ଭଉଣୀ ମମତା କୁଣ୍ଡୁ ଏ ଉପ ନିର୍ବାଚନ ଜିତିଲେ ସେ ମାଫିଆ ରାଜର ଅନ୍ତ ଘଟିବା ସହ ନିଶା ରାକ୍ଷସ କବଳରୁ ମୁକ୍ତି ମିଳିବ ବୋଲି କହିଥିଲେ । ଏହାପରେ ଡଃ ନାୟକ ଡିଆଇସି ଅଫିସ ପାଖରେ ଏକ ପଥପ୍ରାନ୍ତ ସଭାରେ ବାଲେଶ୍ବରରେ ବଢୁଥିବା ବେରୋଜଗାରୀ, ବନ୍ଦ ହେଉଯାଉଥିବା ଶିଳ୍ପ ଉପରେ ରୋକ ଲଗାଇବା ପାଇଁ ମମତା କୁଣ୍ଡୁ ଯେ ଏକ ମାତ୍ର ବିକଳ୍ପ, ତେଣୁ ମମତାଙ୍କୁ ଜିତାଇବା ପାଇଁ ଯୁବ ଭୋଟରଙ୍କୁ ଆହ୍ବାନ କରିଥିଲେ।
ଶେଷରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ପାଇଁ କଂଗ୍ରେସର ଅବଦାନ ବିଷୟରେ ଜଣାଇବା ସହ ସାମ୍ବାଦିକ ମାନଙ୍କ ସହ ରାତ୍ର ଭୋଜନ କରିଥିଲେ। ଉକ୍ କାର୍ଯ୍ୟକ୍ରମ ଗୁଡିକରେ ଡଃ ନାୟକଙ୍କ ସହ ବିଧାୟକ ତାରା ପ୍ରସାଦ ବାହିନୀପତି କଂଗ୍ରେସ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ,ଯଜ୍ଞେଶ୍ବର ବାବୁ, ଅମିୟ ପାଣ୍ଡବ, ପଦ୍ମକାର ଗୁରୁଙ୍କ ସହ ଅନେକ ନେତା ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ l (ଦୀପ୍ତିମାନ ପତି /ବାଲେଶ୍ୱର )