• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଚିହ୍ନିରଖ ଏ ଭ୍ରାତା ( ଦଲାଲ ସାମ୍ବାଦିକ ) ଙ୍କ ବଦନ …..

Proprietor Abhimanyu Maharana by Proprietor Abhimanyu Maharana
October 28, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
0
ଚିହ୍ନିରଖ ଏ ଭ୍ରାତା ( ଦଲାଲ ସାମ୍ବାଦିକ ) ଙ୍କ ବଦନ …..
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ଵର :- ଟଙ୍କା ଦିଅ ନହେଲେ ଟେଲିକାଷ୍ଟ କରିଦେବୁ… ପଇସା ଦିଅ ନହେଲେ ପୋଲିସକୁ ଡାକି ପର୍ଦ୍ଦାଫାସ କରିଦେବୁ । ଖବର ବଜେଇବୁ, ପୂରା ବରବାଦ କରିଦେବୁ… ଏମିତି କିଛି ଧମକ, ଚମକ ଦେଇ ବଟି ମାଗୁଥିଲେ ଆଉ ଟଙ୍କା ଚଳୁ କରିବାର ଜାଲ ବିଛାଇଥିଲେ ଦଲାଲ ସାମ୍ବାଦିକ । ହେଲେ ମହଙ୍ଗା ପଡିଲା ଦଲାଲ ସାମ୍ବାଦିକଙ୍କ ୪୨୦ କାମ । ଆଉ ଜଣ ଜଣ କରି ୬ ଜଣଙ୍କ ହାତରେ ହାତକଡି ପକାଇ ବାନ୍ଧିନେଲା ପୋଲିସ । ଦୁର୍ଗାପୂଜା ଅବସରରେ ଟଙ୍କା ଲୁଟି ମଉଜ କରିବାର ଯୋଜନା କରିଥିବା କଳା ସାମ୍ବାଦିକଙ୍କ ମୁଖା ଖୋଲିଦେଇଛି କମିଶନରେଟ ପୋଲିସ ।। ପର୍ଦ୍ଦାଫାସ କରିଛି କିଛି ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ କଳା କାରନାମା । ତମାଣ୍ଡୋ ଥାନା ଅନ୍ତର୍ଗତ ଦୁର୍ଗା ଟ୍ରେଡର୍ସ- ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ୍ କରିବାର ଭୟ ଦେଖାଇ ଏ ଦଲାଲ ସାମ୍ବାଦିକମାନେ ଏକାଥରକେ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।

ପ୍ରଥମ କିସ୍ତିରେ ୯୯ ହଜାର ଏବଂ ପରେ ୩୪ ହଜାର ଟଙ୍କା ନେଇସାରିଥିଲେ । ଏମାନେ ପୁଣି ଏତେ ସଚ୍ଚୋଟ ଯେ, Phone Pay ଜରିଆରେ ମଧ୍ୟ ଟଙ୍କା ନେଇଥିଲେ । ସମସ୍ତେ ନିଜକୁ ସାମ୍ବାଦିକ କହି, ଏକ ୱେବ୍ ଚ୍ୟାନେଲର ବୁମ୍ ଦେଖାଇ ଟଙ୍କା ନେଇଥିଲେ । ତେବେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଆଉ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା, ୨ଟି କାର, ୪ଟି ବାଇକ୍, ମୋବାଇଲ ଫୋନ ସହ ଆଇକାର୍ଡ( ପ୍ରେସ୍ କାର୍ଡ ) ଜବତ କରାଯାଇଛି । ତେବେ କିଏ ସେ ସାମ୍ବାଦିକ ? ଯେଉଁମାନେ ବୁମ୍ ର ବହପ ଦେଖାଇ, ସାମ୍ବାଦିକତାର ନାଁକୁ ବିକି ଟଙ୍କା ହଡପ କରୁଥିଲେ ।

ଜାଣନ୍ତୁ ସାମ୍ବାଦିକତା ନାଁରେ ଦଲାଲଗିରି କରୁଥିବା ଏହି କଳଙ୍କିତ ୬ ୱେବ ସାମ୍ବାଦିକଙ୍କୁ – କାହ୍ନୁ ଚରଣ ନାୟକ (ଟାଇମ୍ସ ଓଡିଆ), ବିନାୟକ ବେହେରା (ଆଇୟାଇଏ ନ୍ୟୁଜ୍), ବିଶ୍ୱରଞ୍ଜନ ମହାନ୍ତି (ଭିଜନ ଟିଭି), ଲକ୍ଷ୍ମୀକାନ୍ତ ସାହୁ (ଅନୟା ନ୍ୟୁଜ୍), ନୃସିଂହ ବେହେରା (ଟାଇମ୍ସ ଓଡିଆ) ଓ ବଳରାମ ବେହେରା( ଡ୍ରାଇଭର) । ଏବେ ଛତୁ ଫୁଟିଲା ପରି ଅନେକ ୱେବ ଚ୍ୟାନେଲ ଗଢି ଉଠୁଛି । କିଏ ନିଜକୁ ବଞ୍ଚାଇବାକୁ ଚ୍ୟାନେଲ କରୁଛି ତ କିଏ ଲୋକପ୍ରିୟତା ପାଇଁ । ଆଉ ଏମିତି କିଛି ଲୋକ ସାମ୍ବାଦିକତା ନାଁରେ ଟଙ୍କା ଆଦାୟ କରୁଛନ୍ତି । ତେବେ ସାମ୍ବାଦିକତା ନାଁରେ ଦାଦା ବଟି ମାଗିବା କେତେ ଦୂର ଠିକ ? ଶେଷ କଥା :- ଏମିତି କିଛି କଳଙ୍କିତ ଲୋକଙ୍କ ପାଇଁ ସାମ୍ବାଦିକତା ଭଳି ଏକ ପବିତ୍ର ବୃତ୍ତି ଏବଂ ସାମ୍ବାଦିକମାନଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବନି ତ ?

ଉପସଂହାର :- ସଂପ୍ରତି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଜରିଆରେ ଦର୍ଶାଇଥିଲେ ଯେ, ବର୍ତ୍ତମାନ ବିନା କୌଣସି ପଂଜୀକରଣରେ ଦେଶରେ ଛତୁଫୁଟିଲା ଭଳି ମାଡିଚାଲିଥିବା ଏଇ ୱେବ୍ ଚାନେଲ ଗୁଡିକ ଉପରେ ଅଂଙ୍କୁଶ ଲଗାଯାଉ । ସାଟେଲାଇଟ ଚାନେଲ ଗୁଡିକ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସରକାର ଜଣାଇ ୱେବ୍ ଚାନେଲ ଉପରେ କଟକଣା ଲାଗୁ କରିବା ପାଇଁ ସୁପାରିଶ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଧାରଣା ଯେ, ଖବରକାଗଜରେ ଖବର ଛପାଇବା ଏବଂ ଟିଭିରେ ଖବର ପ୍ରସାରଣ ପାଇଁ ପଇସା ପଡିଥାଏ । ସାଧାରଣ ଲୋକଙ୍କ ଧାରଣା ଯେ, ବିନା ପଇସାରେ ଏସବୁ ହୁଏନା !! ଏହାର ଫାଇଦା ଉଠାଉଛନ୍ତି କେତେକ ଧୂର୍ତ୍ତ ଓ ଧଡିବାଜ ସାମ୍ବାଦିକ ।। ଅନ୍ୟ ଏକ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା- କେତୋଟି ବଡ ଖବରକାଗଜ ଓ ଅଳ୍ପ କିଛି ଟିଭି ସଂସ୍ଥା କେବଳ ସେମାନଙ୍କର ସ୍ଥାନୀୟ ରିପୋର୍ଟରଙ୍କୁ ମାସିକ ଦରମା ଦେଇଥାନ୍ତି ।

କିନ୍ତୁ ମୁଖ୍ୟତଃ ଗ୍ରାମାଞ୍ଚଳରେ କାମ କରୁଥିବା ବିଭିନ୍ନ ଗଣମାଧ୍ୟମର ହଜାର ହଜାର ରିପୋର୍ଟରଙ୍କୁ ସେମାନଙ୍କ ସଂସ୍ଥା ପାଂଚ ପଇସା ବି ଦରମା ଦିଏନାହିଁ ।। ସେ କ୍ଷେତ୍ରରେ ଏ ସାମ୍ବାଦିକମାନେ କିଭଳି ନାହିରେ ତେଲ ଦେଇ, ହାତରୁ ଖାଇ ଘୋଡା ଆଗରେ ଦୌଡିବେ କୁହନ୍ତୁ ।। ସାମ୍ବାଦିକତା କରିବା ପାଇଁ ମନ ହାଇଁପାଇଁ, ଏଆଡେ ଦରମା ନାହଁ- ଏଭଳି ଏକ ବିଷମ ସଂକଟରେ ଦଳେ ତଥାକଥିତ ସାମ୍ବାଦିକ ଓ ବୁମ୍ ଧାରୀ ରିପୋର୍ଟର ପେଶି ହେଉଥିଲାବେଳେ ନୀତି,ଅନୀତି ଓ ଦୁର୍ନୀତି କୁ ଦେଖି ଆଖି ବୁଜିବାକୁ ବାଧ୍ୟ ହେବେକି ନାହିଁ କୁହନ୍ତୁ, ବର୍ତ୍ତମାନ ସମୟର ବଡ ସାମ୍ବାଦିକ ଓ ଓଡିଶାର ସାମ୍ବାଦିକ ସଂଘମାନେ !?! ବର୍ତ୍ତମାନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ବଡ ବିଷମ ସ୍ଥିତି କି ନୁହେଁ ?? କଣ କହିବେ, ବିଜ୍ଞଜନେ- କୁହନ୍ତୁ ତ ?????

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version